ଯାତ୍ରା ଦେଖି ଯିବାବେଳେ ଅଘଟଣ, ବାଇକ ଦୁର୍ଘଟଣାରେ ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଯାତ୍ରା ଦେଖିଯିବା ହେଲା କାଳ। ଯାତ୍ରା ଦେଖିବାକୁ ଯାଉଥିବା ବେଳେ  ଟ୍ରକ ପଛରେ ପିଟିହେଲା ବାଇକ। ଘଟଣା... The post ଯାତ୍ରା ଦେଖି ଯିବାବେଳେ ଅଘଟଣ, ବାଇକ ଦୁର୍ଘଟଣାରେ ଜଣେ ମୃତ appeared first on .

ଯାତ୍ରା ଦେଖି ଯିବାବେଳେ ଅଘଟଣ, ବାଇକ ଦୁର୍ଘଟଣାରେ ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଯାତ୍ରା ଦେଖିଯିବା ହେଲା କାଳ। ଯାତ୍ରା ଦେଖିବାକୁ ଯାଉଥିବା ବେଳେ  ଟ୍ରକ ପଛରେ ପିଟିହେଲା ବାଇକ। ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥ  ଉଗ୍ରତାରା ଛକ ନିକଟରେ ଘଟିଛି ଦୁର୍ଘଟଣା। ମୃତ ବାଇକ ଚାଳକ ହେଲେ ୨୪ ବର୍ଷିୟ  ଉପେନ୍ଦ୍ର ବେହେରା । ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋବିନ୍ଦ ପୁର ସାହିରେ ବୋଲି ଜଣା ପଡିଛି। ଟାଙ୍ଗୀରୁ ଯାତ୍ରା ଦେଖିବା ପାଇଁ ମା ଉଗ୍ରତାରା  ମନ୍ଦିର ନିକଟକୁ ଯିବାବେଳେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ବାଇକ ପିଟି ହୋଇଥିଲା। ଖବର ପାଇ ଟାଙ୍ଗୀ ପୋଲିସ ମୃତଦେହ ଉଦ୍ଧାର କରିବା ସହ ବାଇକ ଓ ଟ୍ରକ ଜବତ କରି ତଦନ୍ତ କରୁଛି।

The post ଯାତ୍ରା ଦେଖି ଯିବାବେଳେ ଅଘଟଣ, ବାଇକ ଦୁର୍ଘଟଣାରେ ଜଣେ ମୃତ appeared first on .