ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ ସ୍ବାମୀ

ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଏସ. ବେଦମୋତି ଦୋରାଙ୍କୁ ତାଙ୍କ ସାମୀ ଏସ.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଅଭିଯୁକ୍ତ ସ୍ବାମୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୪୦୮/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଗୁରୁବାର ରାତି ପ୍ରାୟ ୧୨ଟାରେ ଦୀନବନ୍ଧୁ […] The post ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ ସ୍ବାମୀ appeared first on Dharitri Odia News.

ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ ସ୍ବାମୀ

ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଏସ. ବେଦମୋତି ଦୋରାଙ୍କୁ ତାଙ୍କ ସାମୀ ଏସ.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଅଭିଯୁକ୍ତ ସ୍ବାମୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୪୦୮/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ରାତି ପ୍ରାୟ ୧୨ଟାରେ ଦୀନବନ୍ଧୁ ଦିଗପହଣ୍ଡିରୁ ଯାତ୍ରା ଦେଖି ଘରକୁ ଫେରିଥିଲେ। ସ୍ତ୍ରୀ ବେଦମୋତି ଘରେ ଶୋଇଥିବା ଅବସ୍ଥାରେ ତାଙ୍କୁ ତଣ୍ଟିଚିପି ଜୀବନରେ ମାରିଦେବାକୁ ସେ ଉଦ୍ୟମ କରିଥିଲେ। ପାଟି କରିବାରୁ ଶାଶୁ ଏବଂ ସାହି ପଡୋଶୀ ଆସି ଛଡ଼ାଛଡ଼ି କରିବାବେଳେ ତାଙ୍କ ବାମ ଆଖିକୁ ସ୍ବାମୀ ମୁଥ ମୁଥ ମାରିବାରୁ ଆଖିକୁ ଭୀଷଣ ଆଘାତ ଲାଗିଥିଲା। ପରେ ତାଙ୍କୁ ଧକ୍କା ମାରି ଘରୁ ତଡ଼ି ଦେବାରୁ ସେ ମା’ ଘରକୁ ପଳାଇଥିଲେ।

ଶୁକ୍ରବାର ସକାଳ ପ୍ରାୟ ୯ଟାରେ ବେଦୋମତି ତାଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆଣିବାକୁ ଶାଶୁ ଘରକୁ ଯାଇଥିବା ବେଳେ ସ୍ବାମୀ ପୁଣିଥରେ ତାଙ୍କୁ ଆକ୍ରମଣ କରିବା ସହ ତଣ୍ଟି ଧରି ମାଡ଼ି ବସିଥିଲେ। ସ୍ବାମୀଙ୍କ କବଳରୁ ଶାଶୁ ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ସ୍ତ୍ରୀ ବେଦମୋତି ଥାନାରେ ଏତଲା ଦେବାପରେ ଅଭିଯୁକ୍ତ ସ୍ବାମୀ ଗିରଫ ଭୟରେ ଗାଁରୁ ଫେରାର ଥିଲେ। ସେ ଗାଁ କୁ ଫେରିଥିବା ଖବରପାଇ ମଙ୍ଗଳବାର ପୋଲିସ ତାଙ୍କୁ ଗିରଫ କରିଥିଲେ। ବେଦମୋତି ୨ ଝିଅଙ୍କୁ ନେଇ ମା’ ଘରେ ରହୁଥିବା ଏତଲାରେ ଉଲ୍ଲେଖ ରହିଛି।

The post ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ ସ୍ବାମୀ appeared first on Dharitri Odia News.