ପଦ୍ମ ଧରିଲେ ୯ ସମିତି ସଭ୍ୟାସଭ୍ୟ

କୁଜଙ୍ଗ,୩୦।୯(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ୯ ଜଣ ସମିତି ସଭ୍ୟାସଭ୍ୟ ରବିବାର ରାତିରେ ବିଜେଡି ଛାଡ଼ି ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହା ଦ୍ୱାରା ଭାଜପା ସଦସ୍ୟ ସଂଖ୍ୟା ୧୨ରେ ପହଞ୍ଚତ୍ଛି। ଫଳରେ ୨୮ ସଦସ୍ୟ ବିଶିଷ୍ଟ ପଞ୍ଚାୟତ ସମିତିର ଅଧ୍ୟକ୍ଷାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିବା ତ୍ରିଲୋଚନ ତରାଇଙ୍କ ନେତୃତ୍ୱରେ ଜିରୋ ପଏଣ୍ଟସ୍ଥିତ ଭାଜପା କାର୍ଯ୍ୟାଳୟରେ ଏହି […] The post ପଦ୍ମ ଧରିଲେ ୯ ସମିତି ସଭ୍ୟାସଭ୍ୟ appeared first on Dharitri Odia News.

ପଦ୍ମ ଧରିଲେ ୯ ସମିତି ସଭ୍ୟାସଭ୍ୟ

କୁଜଙ୍ଗ,୩୦।୯(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ୯ ଜଣ ସମିତି ସଭ୍ୟାସଭ୍ୟ ରବିବାର ରାତିରେ ବିଜେଡି ଛାଡ଼ି ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହା ଦ୍ୱାରା ଭାଜପା ସଦସ୍ୟ ସଂଖ୍ୟା ୧୨ରେ ପହଞ୍ଚତ୍ଛି। ଫଳରେ ୨୮ ସଦସ୍ୟ ବିଶିଷ୍ଟ ପଞ୍ଚାୟତ ସମିତିର ଅଧ୍ୟକ୍ଷାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିବା ତ୍ରିଲୋଚନ ତରାଇଙ୍କ ନେତୃତ୍ୱରେ ଜିରୋ ପଏଣ୍ଟସ୍ଥିତ ଭାଜପା କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପାରାଦୀପ ବିଧାୟକ ତଥା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏଥିରେ ଯୋଗଦେଇ ଉତ୍ତରୀୟ ପକାଇ ସମସ୍ତଙ୍କୁ ଦଳରେ ସାମିଲ କରିବା ସହ ସ୍ବାଗତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ସମ୍ପଦ କହିଥିଲେ, ଭାଜପା ନିର୍ବାଚିତ ପ୍ରତିନିଧିମାନଙ୍କୁ ସବୁବେଳେ ସମ୍ମାନ ଦିଏ ଓ ସ୍ବାଧୀନ ଭାବେ କାମ କରିବାର ସୁଯୋଗ ଦିଏ। ବିଗତ ସରକାରରେ ପାରାଦୀପରେ ମାଫିଆରାଜ ଚାଲିଥିଲା ।
ପାରାଦୀପ ପୌରାଞ୍ଚଳଠାରୁ କୁଜଙ୍ଗ ବ୍ଲକ ପର୍ଯ୍ୟନ୍ତ ଯେଉଁମାନେ ବିଜେଡିର ନେତୃତ୍ୱ ନେଉଛନ୍ତି ସେମାନଙ୍କ ମଧ୍ୟରେ ହତ୍ୟାକାରୀ ଓ ମାଫିଆ ରହିଛନ୍ତି।
ଭାଜପାରେ ସାମିଲ ହୋଇଥିବା ସଭ୍ୟାସଭ୍ୟମାନେ ହେଲେ କୁଜଙ୍ଗ ପଞ୍ଚାୟତ ସମିତି ସଭ୍ୟା ସସ୍ମିତା ନାୟକ, ମଙ୍ଗରଜପୁର ସମିତି ସଭ୍ୟା ପଙ୍କଜିନୀ ତରାଇ, ଗୋରଡ ସମିତିସଭ୍ୟା ମେନକା ପରିଡ଼ା, ଭୂତମୁଣ୍ଡାଇ ସମିତି ସଭ୍ୟ କେଦାର ମାଝି, ଗରେଇ ସମିତି ସଭ୍ୟା ଦୀପ୍ତିମୟୀ ପଣ୍ଡା, ବଗଦିଆ ସମିତି ସଭ୍ୟ ପବିତ୍ର ସେଠୀ, ପାଟପୁର ସଭ୍ୟ ଜ୍ୟୋତି ପ୍ରକାଶ ପାଣି, ଗଣ୍ଡକିପୁର ସମିତିସଭ୍ୟା ବିଲିନା ସାମଲ ଓ ବାଲିଆ ସଭ୍ୟ ହପିନା ଦାସ। ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ସମାବେଶରେ ଭାଜପା ଜିଲା ସମ୍ପାଦକ ତପନ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

The post ପଦ୍ମ ଧରିଲେ ୯ ସମିତି ସଭ୍ୟାସଭ୍ୟ appeared first on Dharitri Odia News.