ପଥର ଖାଦାନ ତୁରନ୍ତ ବନ୍ଦ କରାଯାଉ

ଛତ୍ରପୁର,୧୯।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା କୁକୁଡାଖଣ୍ଡି ତହସିଲ ଅଧୀନ ଏ. ରଘୁନାଥପୁର ମୌଜାରେ ଚାଲିଥିବା ପଥର ଖାଦାନକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ଶୁକ୍ରବାର ଏ ରଘୁନାଥପୁର ଗ୍ରାମବାସୀ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପଥର ଖାଦାନ ଯୋଗୁ ଗ୍ରାମବାସୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଥର ଖାଦାନରେ ବିସ୍ପୋରଣ ଯୋଗୁ ଗୃହ ପାଳିତ ପଶୁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏପରିକି ପଥର ଖାଦନରେ ପଡି ଲୋକଙ୍କ ଜୀବନ ଯାଉଛି। ପରିବେଶ […] The post ପଥର ଖାଦାନ ତୁରନ୍ତ ବନ୍ଦ କରାଯାଉ appeared first on Dharitri Odia News.

ପଥର ଖାଦାନ ତୁରନ୍ତ ବନ୍ଦ କରାଯାଉ

ଛତ୍ରପୁର,୧୯।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା କୁକୁଡାଖଣ୍ଡି ତହସିଲ ଅଧୀନ ଏ. ରଘୁନାଥପୁର ମୌଜାରେ ଚାଲିଥିବା ପଥର ଖାଦାନକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ଶୁକ୍ରବାର ଏ ରଘୁନାଥପୁର ଗ୍ରାମବାସୀ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପଥର ଖାଦାନ ଯୋଗୁ ଗ୍ରାମବାସୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଥର ଖାଦାନରେ ବିସ୍ପୋରଣ ଯୋଗୁ ଗୃହ ପାଳିତ ପଶୁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏପରିକି ପଥର ଖାଦନରେ ପଡି ଲୋକଙ୍କ ଜୀବନ ଯାଉଛି। ପରିବେଶ ପ୍ରଦୂଷଣ ଯୋଗୁ ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ପଥର ଖାଦାନକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି।

ଦାବିପତ୍ର ପ୍ରଦାନ ବେଳେ ଜିଲା ଭାଜପା କୃଷକ ମୋର୍ଚ୍ଚାର ସଭାପତି ମହନ୍ତ ଚିନମୟ ନନ୍ଦ, ଯୁବ ନେତା ସିଦ୍ଧାର୍ଥ ଗଙ୍ଗଦେବ, ଜିଲା ଭାଜପା ସମ୍ପାଦକ ରାମ କୁମାର ସାମଲ, ପଞ୍ଚୁ ଗୌଡ଼, ନିରଞ୍ଜନ ଡାକୁଆ, ଅଞ୍ଚଳ ଗୌଡ଼ଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ

The post ପଥର ଖାଦାନ ତୁରନ୍ତ ବନ୍ଦ କରାଯାଉ appeared first on Dharitri Odia News.