ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ, ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୩ା୨(ଉତ୍ତମ କୁମାର ଦାଶ): ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ପରମାନନ୍ଦପୁର ଛକ ନିକଟରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଠାବ ହୋଇଛି। ମୃତା ମହିଳାଙ୍କ ନାମ ସୁସ୍ମିତା ସାହ। ୩ବର୍ଷ ତଳେ ସେ ବିବାହ କରିଥିଲେ। ତାଙ୍କ ପୈତୃକଘର କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଯୌତୁକ ପାଇଁ ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ମାରିଦେଇଥିବା ମହିଳାଙ୍କ ବାପଘର ଲୋକେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ […] The post ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ, ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ appeared first on Dharitri Odia News.

ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ, ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୩ା୨(ଉତ୍ତମ କୁମାର ଦାଶ): ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ପରମାନନ୍ଦପୁର ଛକ ନିକଟରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଠାବ ହୋଇଛି। ମୃତା ମହିଳାଙ୍କ ନାମ ସୁସ୍ମିତା ସାହ। ୩ବର୍ଷ ତଳେ ସେ ବିବାହ କରିଥିଲେ। ତାଙ୍କ ପୈତୃକଘର କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଯୌତୁକ ପାଇଁ ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ମାରିଦେଇଥିବା ମହିଳାଙ୍କ ବାପଘର ଲୋକେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୩୩/୨୫) ରୁଜୁ କରି ତଦନ୍ତ ଚଳାଇଛି।

The post ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ, ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ appeared first on Dharitri Odia News.