ଲଗାଣ ଝଡ଼ବର୍ଷା: ରାସ୍ତାରେ ଉପୁଡ଼ିପଡ଼ିଲା ବିରାଟ ଗଛ, ଜନଗହଳି ରାସ୍ତା ଏବେ…

ପଟ୍ଟାଙ୍ଗି,୨ା୭(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ ପଟ୍ଟାଙ୍ଗି ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଲଗାଣ ଝଡ଼ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାରେ ଗଛକୁ ହଟାଇବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। ସୂଚନାନୁଯାୟୀ, ଗତ ୧୦ ଦିନଧରି ଲଗାତର ବର୍ଷା ହେଉଥିବା ବେଳେ ବ୍ଲକ ସଦରମହକୁମାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତ ସଦରମହକୁମାରେ ଜନଗହଳି ସ୍ଥାନ […] The post ଲଗାଣ ଝଡ଼ବର୍ଷା: ରାସ୍ତାରେ ଉପୁଡ଼ିପଡ଼ିଲା ବିରାଟ ଗଛ, ଜନଗହଳି ରାସ୍ତା ଏବେ… appeared first on Dharitri Odia News.

ଲଗାଣ ଝଡ଼ବର୍ଷା: ରାସ୍ତାରେ ଉପୁଡ଼ିପଡ଼ିଲା ବିରାଟ ଗଛ, ଜନଗହଳି ରାସ୍ତା ଏବେ…

ପଟ୍ଟାଙ୍ଗି,୨ା୭(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ ପଟ୍ଟାଙ୍ଗି ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଲଗାଣ ଝଡ଼ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାରେ ଗଛକୁ ହଟାଇବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।

ସୂଚନାନୁଯାୟୀ, ଗତ ୧୦ ଦିନଧରି ଲଗାତର ବର୍ଷା ହେଉଥିବା ବେଳେ ବ୍ଲକ ସଦରମହକୁମାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତ ସଦରମହକୁମାରେ ଜନଗହଳି ସ୍ଥାନ ଏବେ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡ଼ିଛି। ସେପଟେ ଲଗାଣ ବର୍ଷା ଯୋଗୁ ଚାଷଜମିରେ ବର୍ଷା ପାଣି ଜମି ରହିଥିବା ସହ ବର୍ଷାଟିଆ ଧାନ ତଳିଗୁଡ଼ିକ ବର୍ଷାପାଣିରେ ଜମିରେ ବୁଡ଼ି ରହିଛି।

ଅନ୍ୟପକ୍ଷରେ ଜମିରେ ଲାଗିଥିବା ପନିପରିବା ଯଥା ବାଇଗଣ, ଧନିଆପତ୍ର, ଫୁଲକୋବି , ମୂଳା, ଟମାଟୋ ଆଦି ପନିପରିବା ବର୍ଷା ପ୍ରଭାବ ଯୋଗୁ ନଷ୍ଟ ହୋଇପଡ଼ିଛି । ଯାହାକୁ ନେଇ ଚାଷୀ ଚିନ୍ତିତ ମଧ୍ୟରେ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁ ବଜାରକୁ ଆସୁଥିବା ପନିପରିବା ଉଚ୍ଚ ଦରରେ ବିକ୍ରି ହେଉଛି। ଯେଉଁଥିପାଇଁ ଖାଉଟିଙ୍କ ଉପରେ ଚଡ଼କ ପଡ଼ିଛି।

ସେହିପରି ବ୍ଲକରେ ଲାଗି ରହିଥିବା ବର୍ଷା ପ୍ରଭାବରେ ୨୬ ନଂ ଜାତୀୟ ରାଜପଥ ଯଥା ସିପାଇପୁଟ ଛକରେ ବିଳମ୍ବିତ ରାତିରେ ଏକ କୃଷ୍ଣଚୂଡ଼ା ଗଛ ପଡ଼ି ଦୀର୍ଘ ସମୟ ଧରି ରାଜପଥ ଅବରୋଧ ହୋଇ ରହିଥିବା ବେଳେ ଥାନାଧିକାରୀ ଚତୁର୍ଭୁଜ ନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ପଡ଼ିରହିଥିବା ଗଛକୁ ହଟାଇ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ କରିବା ସହ ବ୍ଲକ ସଦରମହକୁମାରୁ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମକୁ ସଂଯୋଗ କରିଥିବା ବ୍ରିଟିଶ ରାସ୍ତା ଏବଂ ଉପରସାହିରୁ ଟେଲିକମ ଛକକୁ ସଂଯୋଗ କରିଥିବା ରାସ୍ତା ପାର୍ଶରେ ଥିବା ଶିବ ମନ୍ଦିର ନିକଟରେ ପଡ଼ିଥିବା ପ୍ରମୁଖ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ସ୍ଥାନରେ ପହଞ୍ଚି ଗଛ ହଟାଇ ରାସ୍ତା ସଫା କରିଥିଲେ।

The post ଲଗାଣ ଝଡ଼ବର୍ଷା: ରାସ୍ତାରେ ଉପୁଡ଼ିପଡ଼ିଲା ବିରାଟ ଗଛ, ଜନଗହଳି ରାସ୍ତା ଏବେ… appeared first on Dharitri Odia News.