୯ରେ ଇଣ୍ଡିଆ ବ୍ଲକ୍‌ର ବିହାର ବନ୍ଦ ଡାକରା

ପାଟନା,୮ା୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ପାଇଁ ନିର୍ବାଚନ କମିଶନଙ୍କ ସ୍ପେଶାଲ ଇଣ୍ଟେନ୍‌ସିଭ୍‌ ରିଭିଜନ (ଏସ୍‌ଆଇଆର୍‌)କୁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ୍‌ ଦୃଢ଼ ବିରୋଧ କରିବା ସହ ଆସନ୍ତା ୯ ତାରିଖ ବୁଧବାର ରାଜ୍ୟରେ ବନ୍ଦ ପାଳନ ପାଇଁ ଡାକରା ଦେଇଛି। ଏହି ବନ୍ଦରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗଦେବେ ବୋଲି ଜଣାପଡ଼ିଛି। ବିହାର ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିଆ ବ୍ଲକ୍‌ର ସମନ୍ବୟ କମିଟି ଅଧ୍ୟକ୍ଷ ଥିବା ଆର୍‌ଜେଡି […] The post ୯ରେ ଇଣ୍ଡିଆ ବ୍ଲକ୍‌ର ବିହାର ବନ୍ଦ ଡାକରା appeared first on Dharitri Odia News.

୯ରେ ଇଣ୍ଡିଆ ବ୍ଲକ୍‌ର ବିହାର ବନ୍ଦ ଡାକରା

ପାଟନା,୮ା୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ପାଇଁ ନିର୍ବାଚନ କମିଶନଙ୍କ ସ୍ପେଶାଲ ଇଣ୍ଟେନ୍‌ସିଭ୍‌ ରିଭିଜନ (ଏସ୍‌ଆଇଆର୍‌)କୁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ୍‌ ଦୃଢ଼ ବିରୋଧ କରିବା ସହ ଆସନ୍ତା ୯ ତାରିଖ ବୁଧବାର ରାଜ୍ୟରେ ବନ୍ଦ ପାଳନ ପାଇଁ ଡାକରା ଦେଇଛି। ଏହି ବନ୍ଦରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗଦେବେ ବୋଲି ଜଣାପଡ଼ିଛି। ବିହାର ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିଆ ବ୍ଲକ୍‌ର ସମନ୍ବୟ କମିଟି ଅଧ୍ୟକ୍ଷ ଥିବା ଆର୍‌ଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ଭୋଟର ତାଲିକା ସଂଶୋଧନ ବିରୋଧରେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ଅସନ୍ତୋଷ ଦର୍ଶାଇବା ପାଇଁ ବିହାର ବନ୍ଦ ଡାକରା ଦେଇଛନ୍ତି। ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ବିରୋଧକରି ବୁଧବାର ଚକା ଜାମ୍‌ କରାଯିବ ବୋଲି ତେଜସ୍ବୀ କହିଛନ୍ତି। ତେବେ ଏହି ସମୟରେ ଆମ୍ବୁଲାନ୍ସ ଏବଂ ଜରୁରୀ ସେବା ଗାଡ଼ିଗୁଡ଼ିକ ଅଟକାଯିବ ନାହିଁ। ରାହୁଲ ଏବଂ ତେଜସ୍ବୀ ବନ୍ଦ ପାଳନର ନେତୃତ୍ୱ ନେବେ।
ପାଟନାର ଇନ୍‌କମ୍‌ ଟ୍ୟାକ୍ସ ଛକରୁ ରାହୁଲଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବିଧାନସଭା ବାହାରେ ଥିବା ଶହୀଦ ସ୍ମୃତିସ୍ଥଳ ଏବଂ ଏହା ପାଖରେ ଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବ ବୋଲି ବିହାର ପ୍ରଦେଶ କଂଗ୍ରେସ କମିଟି ସଭାପତି ରାଜେଶ କୁମାର ଗଣମାଧ୍ୟମକୁ କହିଛନ୍ତି। ଭୋଟର ତାଲିକା ସଂଶୋଧନ ପାଇଁ ନିର୍ବାଚନ କମିଶନ ମାଗିଥିବା ୧୧ଟି ଦସ୍ତାବିଜ୍‌ ୯୦ ପ୍ରତିଶତ ଲୋକ ଦେଖାଇପାରିବେ ନାହିଁ। ସେଗୁଡ଼ିକୁ ସଂଗ୍ରହ କରିବା ପାଇଁ ବହୁ ସମୟ ଲାଗିବ। ପୂର୍ବରୁ ଏଭଳି ସଂଶୋଧନ ୧୫ ମାସ ଧରି ଚାଲିଥିଲା। ଏବେ ନିର୍ବାଚନ ମାତ୍ର ଅଳ୍ପ କେଇମାସ ରହିଥିବାବେଳେ ତାହା ପୂର୍ବରୁ ଏସ୍‌ଆଇଆର୍‌ ସମ୍ଭବ ନୁହେଁ। ଏହା ଦ୍ୱାରା ଅନେକ ଯୋଗ୍ୟ ଭୋଟର ମତଦାନ ଅଧିକାର ହରାଇବେ ବୋଲି କୁମାର କହିଛନ୍ତି। ଯଦି ଭୋଟର ତାଲିକାରେ ସଂଶୋଧନ କରିବା କଥା, ତେବେ ନିର୍ବାଚନ କମିଶନ ଜାନୁଆରୀ ୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଥିଲେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ୮ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ଜୁଲାଇ ୨୬ ସୁଦ୍ଧା ସମ୍ପୂର୍ଣ୍ଣ ହେବ କିପରି ବୋଲି ସେ କହିଛନ୍ତି।
ବିହାର ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନକୁ ସ୍ଥଗିତ ରଖିବା ପାଇଁ ତେଜସ୍ବୀ ସୋମବାର ନିର୍ବାଚନ କମିଶନଙ୍କୁ ନିବେଦନ କରିଛନ୍ତି। ଇଣ୍ଡିଆ ବ୍ଲକ୍‌ର ସହଯୋଗୀମାନଙ୍କ ଉପସ୍ଥିତିରେ ଏକ ଖବରଦାତା ସମ୍ମିଳନୀରେ ତେଜସ୍ବୀ ଏହା କହିଛନ୍ତି।

The post ୯ରେ ଇଣ୍ଡିଆ ବ୍ଲକ୍‌ର ବିହାର ବନ୍ଦ ଡାକରା appeared first on Dharitri Odia News.