୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

ଛତ୍ରପୁର,୧୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଗଞ୍ଜାମ ଜିଲାର ଛତ୍ରପୁର, ବ୍ରହ୍ମପୁର, ଗୋପାଳପୁର, ଚିକିଟି ଓ ଦିଗପହଣ୍ଡି ବିଧାନସଭା ପାଇଁ ଆଜି ମତଦାନ ହୋଇଛି। ଗଞ୍ଜାମ ଜିଲାର ଛତ୍ରପୁର ବିଧାନସଭା ପାଇଁ ମୋଟ୍‌ ୨ ଲକ୍ଷ ୩୫ ହଜାର ୮୦୫ ଜଣ ଭୋଟର ରହିଥିବା ବେଳେ ୨୪୪ଟି ବୁଥ୍‌ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ରଘୁନାଥପୁରଠାରେ ଥିବା ବୁଥ୍‌ରେ ମତଦାନ କରିଛନ୍ତି। […] The post ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର appeared first on Dharitri Odia News.

୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

ଛତ୍ରପୁର,୧୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଗଞ୍ଜାମ ଜିଲାର ଛତ୍ରପୁର, ବ୍ରହ୍ମପୁର, ଗୋପାଳପୁର, ଚିକିଟି ଓ ଦିଗପହଣ୍ଡି ବିଧାନସଭା ପାଇଁ ଆଜି ମତଦାନ ହୋଇଛି। ଗଞ୍ଜାମ ଜିଲାର ଛତ୍ରପୁର ବିଧାନସଭା ପାଇଁ ମୋଟ୍‌ ୨ ଲକ୍ଷ ୩୫ ହଜାର ୮୦୫ ଜଣ ଭୋଟର ରହିଥିବା ବେଳେ ୨୪୪ଟି ବୁଥ୍‌ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ରଘୁନାଥପୁରଠାରେ ଥିବା ବୁଥ୍‌ରେ ମତଦାନ କରିଛନ୍ତି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା। ଲାଇନ୍‌ରେ ଠିଆ ହୋଇ ମତଦାନ କରିଛନ୍ତି ବିଧାୟକ ବେହେରା। ଛତ୍ରପୁର ବିଧାନସଭା ପାଇଁ ମୋଟ୍‌ ୧୦ ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ବେଳେ ଭୋଟରମାନେ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି।

The post ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର appeared first on Dharitri Odia News.