ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଳମ୍ବରେ ବିଛଣା ଛାଡୁଥିବା ବ୍ୟକ୍ତିଙ୍କ ଉପରେ ନିକଟରେ ସିଡ୍‌ନୀ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ସର୍ଭେରେ ପ୍ରତିଦିନ ବିଳମ୍ବରେ ଉଠୁଥିବା ବ୍ୟକ୍ତିଙ୍କର ଶାରୀରିକ ପ୍ରକ୍ରିୟାକୁ ତନ୍ନ ତନ୍ନ କରି ତର୍ଜମା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ବିଳମ୍ବରେ ଉଠିବାକୁ ଏକ ଅଭ୍ୟାସରେ ପରିଣତ କରିଥିବା ଅଧିକାଂଶ ବ୍ୟକ୍ତିଙ୍କର ମସ୍ତିଷ୍କର […] The post ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ… appeared first on Dharitri Odia News.

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଳମ୍ବରେ ବିଛଣା ଛାଡୁଥିବା ବ୍ୟକ୍ତିଙ୍କ ଉପରେ ନିକଟରେ ସିଡ୍‌ନୀ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ସର୍ଭେରେ ପ୍ରତିଦିନ ବିଳମ୍ବରେ ଉଠୁଥିବା ବ୍ୟକ୍ତିଙ୍କର ଶାରୀରିକ ପ୍ରକ୍ରିୟାକୁ ତନ୍ନ ତନ୍ନ କରି ତର୍ଜମା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ବିଳମ୍ବରେ ଉଠିବାକୁ ଏକ ଅଭ୍ୟାସରେ ପରିଣତ କରିଥିବା ଅଧିକାଂଶ ବ୍ୟକ୍ତିଙ୍କର ମସ୍ତିଷ୍କର କାର୍ଯ୍ୟଧାରା ଏହାଦ୍ୱାରା ପ୍ରଭାବିତ ହେଉଥିଲା। ବିଳମ୍ବରେ ଉଠିବା ଯୋଗୁ ମସ୍ତିଷ୍କରେ ‘ଆମ୍‌ଲଏଡ଼୍‌’ ନାମକ ଏକ ପ୍ରୋଟିନ୍‌ର ମାତ୍ରା ବୃଦ୍ଧିପାଏ। ଏହାଦ୍ୱାରା ମସ୍ତିଷ୍କର କାର୍ଯ୍ୟଧାରା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।

The post ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ… appeared first on Dharitri Odia News.