ସୋଲାର ଲାଇଟ୍ ଗାଡ଼ି ଅଟକାଇଲେ ମହିଳା
ଆନନ୍ଦପୁର,୨୪ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ଏକ ଅଭାବନୀୟ ଘଟଣାକ୍ରମରେ ମହାପାତ୍ର ସାହିର ମହିଳାମାନେ ସୋଲାର ଲାଇଟ୍ ଲଗାଇବାକୁ ଆସିଥିବା ଗାଡ଼ିକୁ ଶନିବାର ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ସୋଲାର ଲାଇଟ୍ ଲଗାଯାଉଥିବା ବେଳେ ପୂର୍ବରୁ ଲାଇଟ୍ ଥିବା ସ୍ଥାନରେ ଲାଇଟ୍ ଲଗାଯାଉଥିବା ଏବଂ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଲାଇଟ୍ ଲଗାଯାଉ ନ ଥିବା ଅଭିଯୋଗ କରି ମହିଳାମାନେ ଏଭଳି ପଦକ୍ଷେପ […] The post ସୋଲାର ଲାଇଟ୍ ଗାଡ଼ି ଅଟକାଇଲେ ମହିଳା appeared first on Dharitri Odia News.
ଆନନ୍ଦପୁର,୨୪ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ଏକ ଅଭାବନୀୟ ଘଟଣାକ୍ରମରେ ମହାପାତ୍ର ସାହିର ମହିଳାମାନେ ସୋଲାର ଲାଇଟ୍ ଲଗାଇବାକୁ ଆସିଥିବା ଗାଡ଼ିକୁ ଶନିବାର ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ସୋଲାର ଲାଇଟ୍ ଲଗାଯାଉଥିବା ବେଳେ ପୂର୍ବରୁ ଲାଇଟ୍ ଥିବା ସ୍ଥାନରେ ଲାଇଟ୍ ଲଗାଯାଉଥିବା ଏବଂ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଲାଇଟ୍ ଲଗାଯାଉ ନ ଥିବା ଅଭିଯୋଗ କରି ମହିଳାମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଘଟଣାକୁ ନେଇ ମହିଳାମାନେ ସରପଞ୍ଚଙ୍କ ସହିତ ଯୋଗାଯୋଗ କରିଥିଲେ ବି ସରପଞ୍ଚ ଫୋନ ଉଠାଇ ନ ଥିଲେ। ଫଳରେ ସୋଲାର ଲାଇଟ୍ ଲଗାଇବାକୁ ଆସିଥିବା ଗାଡ଼ିକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଖବର ଲେଖାହେବା ବେଳକୁ ସମ୍ପୃକ୍ତ ଗାଡ଼ି ଅପରାହ୍ନ ୫ଟା ପର୍ଯ୍ୟନ୍ତ ମହାପାତ୍ର ସାହିରେ ଅଟକ ରହିଥିଲା। ଏହି ସମସ୍ୟାର ସମାଧାନ ପାଇଁ ଘଟଣାସ୍ଥଳକୁ କେହି ଆସି ନ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏପରିକି ଦାୟିତ୍ୱରେ ଥିବା ଠିକାଦାରଙ୍କୁ ଘଟଣା ସମ୍ପର୍କରେ ପଚାରାଯିବାରୁ ସରପଞ୍ଚ ଆମକୁ ଯେଉଁଠି ଲଗାଇବା କଥା କହିଛନ୍ତି ଆମେ ଲାଇଟ୍ ଲଗାଉଛୁ। ଅନ୍ୟ ସ୍ଥାନରେ ସୋଲାର ଲାଇଟ୍ ଲଗାଇବା ଆମ ଦ୍ୱାରା ସମ୍ଭବ ନୁହଁ । ଯଦି ଲଗେଇବୁ ଆମ ବିଲ୍ରେ ସରପଞ୍ଚ ଦସ୍ତଖତ କରିବେନି ଆମେ ପଇସା ପାଇପାରିବୁନି ବୋଲି କହି ତାଙ୍କର ଅସହାୟତା ପ୍ରକାଶ କରିଥିଲେ। ଏଭଳି ଘଟଣାକୁ ନେଇ କଣ୍ଟିପାଳ ମହାପାତ୍ର ସାହିରେ ମହିଳାମାନଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଛି।
The post ସୋଲାର ଲାଇଟ୍ ଗାଡ଼ି ଅଟକାଇଲେ ମହିଳା appeared first on Dharitri Odia News.