ମନୋଜଙ୍କୁ ବଲାଙ୍ଗୀର ଲୋକ ସଭା, ନରସିଂହଙ୍କ ପୁଅଙ୍କୁ ବିଧାନସଭା ଟିିକେଟ

ବଲାଙ୍ଗୀର, ୩ା୪(ବୀରେନ୍ଦ୍ର କୁମାର ଝାଙ୍କର): କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବଲାଙ୍ଗୀର ଲୋକ ସଭା ଏବଂ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ସ୍ପଷ୍ଟ ହୋଇଛି। ଲୋକ ସଭା ପ୍ରାର୍ଥୀ ଭାବେ କଂଗ୍ରେସ ଚର୍ଚ୍ଚିତ ସିନେ ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ବଲାଙ୍ଗୀର ବିଧାନସଭା ଆସନ ପାଇଁ ଦଳର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ସାନପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ଲୋକ ସଭା […] The post ମନୋଜଙ୍କୁ ବଲାଙ୍ଗୀର ଲୋକ ସଭା, ନରସିଂହଙ୍କ ପୁଅଙ୍କୁ ବିଧାନସଭା ଟିିକେଟ appeared first on Dharitri Odia News.

ମନୋଜଙ୍କୁ ବଲାଙ୍ଗୀର ଲୋକ ସଭା, ନରସିଂହଙ୍କ ପୁଅଙ୍କୁ ବିଧାନସଭା ଟିିକେଟ

ବଲାଙ୍ଗୀର, ୩ା୪(ବୀରେନ୍ଦ୍ର କୁମାର ଝାଙ୍କର): କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବଲାଙ୍ଗୀର ଲୋକ ସଭା ଏବଂ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ସ୍ପଷ୍ଟ ହୋଇଛି। ଲୋକ ସଭା ପ୍ରାର୍ଥୀ ଭାବେ କଂଗ୍ରେସ ଚର୍ଚ୍ଚିତ ସିନେ ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ବଲାଙ୍ଗୀର ବିଧାନସଭା ଆସନ ପାଇଁ ଦଳର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ସାନପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି।
ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସିନେ ଅଭିନେତା ମନୋଜ କିଛି ମାସ ତଳେ ଓଡ଼ିଶା ସିନେ କଳାକାର ଏବଂ ପ୍ରାୟୋଜକଙ୍କ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିଲେ। ସେ ଓଡିଆ ସିନେମାରେ ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗ କଥା ଉଠାଇ ଚର୍ଚ୍ଚାରେ ରହିଥିଲେ। କଂଗ୍ରେସ ଦଳ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରି ପଶ୍ଚିମ ଓଡ଼ିଶାରେ ଘନୀଭୂତ ଏବଂ ଚର୍ଚ୍ଚିତ ହେଉଥିବା ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗ ଏବଂ କୋଶଲ କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି। ବଲାଙ୍ଗୀର ଲୋକ ସଭା କ୍ଷେତ୍ରରେ ସେ ଏହି ପ୍ରସଙ୍ଗ ଉଠାଇ ଫାଇଦା ପାଇବେ ବୋଲି ଆଶା କରିଛନ୍ତି। ଟିକେଟ ପାଇବା ପରେ ମନୋଜ ମିଶ୍ର ଗଣମାଧ୍ୟମରେ ତାଙ୍କ ପ୍ରତିକ୍ରିୟା ରଖି ବଲାଙ୍ଗୀରର ଦାଦନ ସମସ୍ୟା, ବେରୋଜଗାର, ଶିଳ୍ପ ଏବଂ ଅନ୍ୟ ପ୍ରସଙ୍ଗକୁୂ ନେଇ ଲୋକଙ୍କୁ ପାଖକୁ ଯିବେ ବୋଲି କହିଛନ୍ତି। ବଲାଙ୍ଗୀର ଲୋକ ସଭା କ୍ଷେତ୍ର ବାହାରୁ ସମ୍ବଲପୁରରୁ ଆସି ବଲାଙ୍ଗୀରରେ ପ୍ରାର୍ଥୀ ହୋଇଥିବାରୁ ସେ କିଭଳି ଆସ୍ଥାଭାଜନ ହେବେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ସେ ନିଜକୁ କୋଶଲ ମାଟିର ଛୁଆ ବୋଲି କହିଥିଲେ। କୋଶଲ କହିଲେ ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡକୁ ବୁଝାଏ। କୋଶଲୀ ସ୍ବାଭିମାନ୍‌କୁ ନେଇ ସେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି।
ବଲାଙ୍ଗୀର ବିଧାନ ସଭା ପାଇଁ ପ୍ରାର୍ଥୀ ଘୋଷଣା ପରେ ସମରେନ୍ଦ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ତାଙ୍କ ବାପା ନରସିଂହ ମିଶ୍ରଙ୍କ ୧୦ବର୍ଷର ବିକାଶମୂଳକ କାର୍ଯ୍ୟ ଏବଂ ବଲାଙ୍ଗୀରର ଅର୍ଥନୈତିକ ଉନ୍ନତି ପାଇଁ ପ୍ରାଥମିକତା ପ୍ରସଙ୍ଗକୁ ନେଇ ସେ ନିର୍ବାଚନ ମଇଦାନକୁ ଓହ୍ଳାଇବେ ବୋଲି କହିଛନ୍ତି।

The post ମନୋଜଙ୍କୁ ବଲାଙ୍ଗୀର ଲୋକ ସଭା, ନରସିଂହଙ୍କ ପୁଅଙ୍କୁ ବିଧାନସଭା ଟିିକେଟ appeared first on Dharitri Odia News.