ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ, ସରକାରୀ କ୍ୱାର୍ଟର ଦେଇଥିଲେ ଭଡ଼ା
ଭୁବନେଶ୍ୱର,୮।୧୦: ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ ରମେଶ ଜଣେ ସରକାରୀ ଅଧିକାରୀ ହୋଇଥିବାବେଳେ ସରକାରୀ ନିୟମକୁ ଉଲଙ୍ଘନ କରିଥିଲେ। ସେ ୨୦୨୧ ମସିହା ଜୁନରୁ ମାର୍କେଟ୍ ବିଲ୍ଡିଂ ପଛପାର୍ଶ୍ୱରେ ଥିବା ସରକାରୀ କ୍ୱାର୍ଟର (ନଂ.ଆଇଭି-ଏ ୪୬/୧)କୁ ୩ ଜଣଙ୍କୁ ଭଡ଼ାରେ ଲଗାଇଥିଲେ। ଭଡ଼ା ବାବଦକୁ ସେମାନଙ୍କଠାରୁ ରମେଶ ପ୍ରତି ମାସ ୧୨ ହଜାର ଟଙ୍କା ଫୋନପେ ଜରିଆରେ ନେଉଥିଲେ। ଭିଜିଲାନ୍ସ ଟିମ୍ ରମେଶଙ୍କୁ ତାଙ୍କ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। […] The post ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ, ସରକାରୀ କ୍ୱାର୍ଟର ଦେଇଥିଲେ ଭଡ଼ା appeared first on Dharitri Odia News.
ଭୁବନେଶ୍ୱର,୮।୧୦: ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ ରମେଶ ଜଣେ ସରକାରୀ ଅଧିକାରୀ ହୋଇଥିବାବେଳେ ସରକାରୀ ନିୟମକୁ ଉଲଙ୍ଘନ କରିଥିଲେ। ସେ ୨୦୨୧ ମସିହା ଜୁନରୁ ମାର୍କେଟ୍ ବିଲ୍ଡିଂ ପଛପାର୍ଶ୍ୱରେ ଥିବା ସରକାରୀ କ୍ୱାର୍ଟର (ନଂ.ଆଇଭି-ଏ ୪୬/୧)କୁ ୩ ଜଣଙ୍କୁ ଭଡ଼ାରେ ଲଗାଇଥିଲେ। ଭଡ଼ା ବାବଦକୁ ସେମାନଙ୍କଠାରୁ ରମେଶ ପ୍ରତି ମାସ ୧୨ ହଜାର ଟଙ୍କା ଫୋନପେ ଜରିଆରେ ନେଉଥିଲେ।
ଭିଜିଲାନ୍ସ ଟିମ୍ ରମେଶଙ୍କୁ ତାଙ୍କ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ରମେଶ ୧୫ଦିନ ହେବ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ୪ବର୍ଷ ପରିବହନ ବିଭାଗରେ ଥିଲେ। ଏଥିସହ ପୂର୍ବରୁ ରମେଶ ଗୃହ ବିଭାଗ, ଯୋଜନା ଓ ସଂଯୋଜନା ବିଭାଗ ଆଦିରେ କାମ କରିଥିଲେ।
ମଙ୍ଗଳବାର ରମେଶ ଚନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟ ଏବଂ ବାସଭବନ ସମେତ ଆଠଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ସର୍ଚ୍ଚ ବେଳେ ଏହା ଜଣାପଡିଛି ଯେ ସେ ଭୁବନେଶ୍ୱରର ମାର୍କେଟ ବିଲଡିଂ ନିକଟରେ ଥିବା ତାଙ୍କ ସରକାରୀ କ୍ୱାର୍ଟର୍ସ (IV A 46/1) କୁ ମାସିକ 12,000 ଟଙ୍କା ଭଡ଼ାରେ ଦେଇଛନ୍ତି।
ଭିଜିଲାନ୍ସର ସୁଚନା ଅନୁଯାୟୀ, ରମେଶଙ୍କ ଭୁବନେଶ୍ୱର ଗୋଠପାଟଣା ମୌଜାସ୍ଥିତ ପ୍ଲଟ୍ ନଂ. ୧୯୭୯/୩୯୭୧ରେ ୪ ହଜାର ୫୦୦ ବର୍ଗଫୁଟରେ ଗୋଟିଏ ୩ ମହଲା କୋଠା ଠାବ ହୋଇଛି। ସେହିପରି କଳିଙ୍ଗବିହାର ପ୍ଲଟ୍ ନଂ. କେ-୪ରେ ୨୧୦୦ ବର୍ଗଫୁଟରେ ଗୋଟିଏ ଦୁଇ ମହଲା କୋଠା ଓ ଖୋର୍ଦ୍ଧା ନିରାକାରପୁରରେ ଗୋଟିଏ କୋଠା ଠାବ ହୋଇଛି। ଏଥିସହ ୫ ବହୂମୂଲ୍ୟ ପ୍ଲଟ୍ ଠାବ ହୋଇଥିବାବେଳେ ତାହା ମଧ୍ୟରୁ ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୪ ଓ ପୁରୀ ଜିଲା କଣାସରେ ଗୋଟିଏ ରହିଛି। ପ୍ଲଟ୍ ଓ କୋଠାର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍ ଓ୍ବିଙ୍ଗ୍ ପ୍ରୟାସ ଜାରି ରଖିଛି। ସେହିପରି ୫.୫୦ ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ ୪ ଚକିଆ ଯାନ ଓ ୩ଟି ଦୁଇ ଚକିଆ ଯାନ ଏବଂ ୯ ଲକ୍ଷର ସୁନା, ଘରୋଇ ସାମଗ୍ରୀ, ନଗଦ ଟଙ୍କା ମଧ୍ୟ ଠାବ ହୋଇଛି।
The post ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ, ସରକାରୀ କ୍ୱାର୍ଟର ଦେଇଥିଲେ ଭଡ଼ା appeared first on Dharitri Odia News.