ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା। ଏମାନେ ବହୁତ ପରିଶ୍ରମୀ। ସବୁ କାମକୁ ବେଶ ଭଲ ଭାବେ ପୂରଣ କରିବାର କ୍ଷମତା ଏମାନଙ୍କର ଥାଏ। ଏହି ରାଶିର ମହିଳା ଅଥବା ପୁରୁଷମାନେ ମନରେ ଅନେକ କଥା ଲୁଚାଇ ରଖିଥାନ୍ତି। -ଏହି ରାଶିର ବ୍ୟକ୍ତିବିଶେଷ ପରମ୍ପରାବାଦୀ ହୋଇଥାନ୍ତି। ଯଦି ସେମାନେ କିଛି କରିବାକୁ ନିଷ୍ପତ୍ତି ନିଅନ୍ତି, ତାକୁ ପୂରଣ […] The post ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ … appeared first on Dharitri Odia News.

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା। ଏମାନେ ବହୁତ ପରିଶ୍ରମୀ। ସବୁ କାମକୁ ବେଶ ଭଲ ଭାବେ ପୂରଣ କରିବାର କ୍ଷମତା ଏମାନଙ୍କର ଥାଏ। ଏହି ରାଶିର ମହିଳା ଅଥବା ପୁରୁଷମାନେ ମନରେ ଅନେକ କଥା ଲୁଚାଇ ରଖିଥାନ୍ତି।

-ଏହି ରାଶିର ବ୍ୟକ୍ତିବିଶେଷ ପରମ୍ପରାବାଦୀ ହୋଇଥାନ୍ତି। ଯଦି ସେମାନେ କିଛି କରିବାକୁ ନିଷ୍ପତ୍ତି ନିଅନ୍ତି, ତାକୁ ପୂରଣ କରିଥାନ୍ତି। ହେଲେ ଛୋଟ ଛୋଟ କଥା ଏମାନଙ୍କୁ ଆଘାତ ଦିଏ। ବେଳେବେଳେ ବଡ଼ ବଡ଼ କଥାକୁ ଏମାନେ ହାଲ୍‌କାରେ ନେଇଥାନ୍ତି। ନିଜର ସୌନ୍ଦର୍ଯ୍ୟ ସାଙ୍ଗକୁ ସ୍ବାସ୍ଥ୍ୟ ପ୍ରତି ଏମାନେ ସଜାଗ ଥାନ୍ତି। ଅନୁଶାସନରେ ରହିବା ଏମାନଙ୍କୁ ପସନ୍ଦ। ଖାସ ଏହି ଅଭ୍ୟାସ ସଫଳତାର କାରଣ ପାଲଟିଥାଏ।

-ବୁଝିବିଚାରି ଏମାନେ କାମ କରିଥାନ୍ତି। ହେଲେ ଉଚିତ ସମୟରେ ଜବାବ ଦେବା ଏମାନଙ୍କୁ ଭଲ ଭାବେ ଜଣା। ସମୟ ଏବଂ ପରିସ୍ଥିତି ଅନୁଯାୟୀ ଏମାନେ ନିଜକୁ ଢ଼ାଳି ନିଅନ୍ତି। ସ୍ବାଦିଷ୍ଟ ଖାଇବା ଏମାନଙ୍କର ପସନ୍ଦ।

-ଏମାନେ ଶୀଘ୍ର କାହା କଥାକୁ ଖରାପ ଭାବନ୍ତି ନାହିଁ। କିଏ ସେମାନଙ୍କ ବିଷୟରେ କ’ଣ ଭାବୁଛି ତାହା କିଛି ଫରକ ପକାଏ ନାହିଁ। ଏମାନଙ୍କ ହୃଦୟ କୋମଳ ଏବଂ ଏମାନେ ବେଶ ସହଯୋଗୀ ହୋଇଥାନ୍ତି। ବନ୍ଧୁ ଓ ପରିଜନଙ୍କ ପାଇଁ ଏମାନେ କିଛି ବି କରିପାରନ୍ତି।

-କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ବିଷୟରେ କଥା ହେଲେ କନ୍ୟା ରାଶିର ବ୍ୟକ୍ତି ବେଶ ପରିଶ୍ରମୀ ହୋଇଥାନ୍ତି। ଏମାନେ ଭଲ କର୍ମଚାରେୀ ହୋଇଥାନ୍ତି। କେହି ବି ସହଜରେ ବିଶ୍ୱାସ କରିନେଇଥାନ୍ତି। ନେତୃତ୍ୱ ନେବାର କ୍ଷମତା ଏମାନଙ୍କ ମଧ୍ୟରେ ଥାଏ।

-ବିପଦ ବେଳେ ଏମାନେ ସଂଯମତା ରକ୍ଷା କରିଥାନ୍ତି। ନିଜ ସମସ୍ୟା ସହ କିଭଳି ଲଢ଼ି ହେବ ତାହା ସେମାନଙ୍କୁ ଆସିଥାଏ। ଏମାନଙ୍କ ବିନମ୍ରତାକୁ କିଛି ସେମାନଙ୍କ ଦୁର୍ବଳତା ବୋଲି ଭାବି ନେଇଥାନ୍ତି। ଅନ୍ୟମାନଙ୍କୁ ସହାୟତା କରି ଏମାନେ ଅନେକ ଥର ବିପଦରେ ଫସି ଯାଇଥାନ୍ତି। ଏହାର କାରଣ ସେମାନଙ୍କର ତରବରିଆ ସ୍ବଭାବ। ନିଜ ସମସ୍ୟାକୁ ଧିରେ ଧିରେ ସେମାନେ ସମାଧାନ କରିବାକୁ ଚେଷ୍ଟା କରୁଥିଲେ ହେଁ ଅନ୍ୟର ଅସୁବିଧା ଦେଖିଲେ ତତ୍ପର ହୋଇପଡ଼ିଥାନ୍ତି। ଏଭଳି ସହଯୋଗାତ୍ମକ ଗୁଣ ଯୋଗୁ ଖଳ ପ୍ରକୃତିର ଲୋକ ଫାଇଦା ଉଠାଇନିଅନ୍ତି।

-ଏହି ରାଶିଧାରୀ ନମ୍ର ଏବଂ ବିଶ୍ୱାସୀ ହୋଇଥାନ୍ତି। ବ୍ୟବହାର ହିଁ ରାଶିର ସବୁଠାରୁ ବଡ଼ ଗୁଣ ଥାଏ। ସର୍ବଦା ପୂର୍ଣ୍ଣତା ଚାହୁଁଥିବାରୁ, କିଛି ଉଣା ହେଲେ ଏମାନେ ନିରାଶ ହୋଇଯାଇଥାନ୍ତି। କମ୍‌ ମିଳିଲେ ଏମାନେ ଦୁଃଖୀ ହୋଇଯାଇଥାନ୍ତି। ଅନ୍ୟମାନଙ୍କ ଦୁର୍ବଳତାକୁ ଏମାନେ ଅଣଦେଖା କରନ୍ତି ନାହିଁ। ନିଜ ଘର ଏବଂ ଆଖପାଖକୁ ଏମାନେ ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି।

The post ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ … appeared first on Dharitri Odia News.