ବନ୍ଦ ଫ୍ଲାଟ୍ରୁ ୮୦ କୋଟିର ସୁନା ଜବତ: ଜାଣନ୍ତୁ କେଉଁଠୁ ଆସିଲା ଏତେ ସୁନା
ଅହମଦାବାଦ, ୧୯ା୩:ସୁନା ଚୋରାଚାଲାଣ ବିରୋଧରେ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍ଆଇ) ଓ ଗୁଜରାଟର ଆଣ୍ଟି ଟେରୋରିଜମ୍ ସ୍କ୍ବାଡ୍(ଏଟିଏସ୍)କୁ ସଫଳତା ମିଳିଛି। ଅହମଦାବାଦର ପାଲଡ଼ି ଅଞ୍ଚଳରେ ଥିବା ଏକ ବନ୍ଦ ଆବାସିକ ଫ୍ଲାଟ୍ରେ ଡିଆର୍ଆଇ ଓ ଗୁଜରାଟ ଏଟିଏସ୍ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ୮୦ କୋଟି ମୂଲ୍ୟର ୮୭.୯୨ କେ.ଜି. ସୁନାର ବିସ୍କୁଟ ଜବତ କରାଯାଇଛି। ଜବତ ହୋଇଥିବା ସୁନାବିସ୍କୁଟ ମଧ୍ୟରୁ ଅଧିକାଂଶ ବିସ୍କୁଟରେ ବିଦେଶୀ ଚିହ୍ନ ଦେଖିବାକୁ ମିଳିଛି। ଫଳରେ ବେଆଇନ ଭାବେ ଚୋରାଚାଲାଣ ମାଧ୍ୟମରେ […] The post ବନ୍ଦ ଫ୍ଲାଟ୍ରୁ ୮୦ କୋଟିର ସୁନା ଜବତ: ଜାଣନ୍ତୁ କେଉଁଠୁ ଆସିଲା ଏତେ ସୁନା appeared first on Dharitri Odia News.
ଅହମଦାବାଦ, ୧୯ା୩:ସୁନା ଚୋରାଚାଲାଣ ବିରୋଧରେ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍ଆଇ) ଓ ଗୁଜରାଟର ଆଣ୍ଟି ଟେରୋରିଜମ୍ ସ୍କ୍ବାଡ୍(ଏଟିଏସ୍)କୁ ସଫଳତା ମିଳିଛି। ଅହମଦାବାଦର ପାଲଡ଼ି ଅଞ୍ଚଳରେ ଥିବା ଏକ ବନ୍ଦ ଆବାସିକ ଫ୍ଲାଟ୍ରେ ଡିଆର୍ଆଇ ଓ ଗୁଜରାଟ ଏଟିଏସ୍ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ୮୦ କୋଟି ମୂଲ୍ୟର ୮୭.୯୨ କେ.ଜି. ସୁନାର ବିସ୍କୁଟ ଜବତ କରାଯାଇଛି। ଜବତ ହୋଇଥିବା ସୁନାବିସ୍କୁଟ ମଧ୍ୟରୁ ଅଧିକାଂଶ ବିସ୍କୁଟରେ ବିଦେଶୀ ଚିହ୍ନ ଦେଖିବାକୁ ମିଳିଛି। ଫଳରେ ବେଆଇନ ଭାବେ ଚୋରାଚାଲାଣ ମାଧ୍ୟମରେ ଏଗୁଡ଼ିକୁ ଭାରତ ଅଣାଯାଇଥିବା ନେଇ ସଙ୍କେତ ମିଳିଛି। ସେହିପରି ଏହି ଚଢ଼ାଉରେ ୧୧ ଲଗ୍ଜୁରି ଘଣ୍ଟା, ୧୯.୬୬ କେ.ଜି.ର ହୀରା ଅଳଙ୍କାର ସମେତ ବହୁ ମୂଲ୍ୟବାନ୍ ରତ୍ନ ଓ ଅଳଙ୍କାରକୁ ମଧ୍ୟ ଜବତ କରାଯାଇଛି।
The post ବନ୍ଦ ଫ୍ଲାଟ୍ରୁ ୮୦ କୋଟିର ସୁନା ଜବତ: ଜାଣନ୍ତୁ କେଉଁଠୁ ଆସିଲା ଏତେ ସୁନା appeared first on Dharitri Odia News.