କନିଷ୍ଠ ଶିକ୍ଷକଙ୍କୁ ନୂଆବର୍ଷ ଭେଟି: ନିୟମିତ ହେଲେ ୯୨୯ ଶିକ୍ଷୟିତ୍ରୀଶିକ୍ଷକ
ଭବାନୀପାଟଣା, ୨ା୧(ଉତ୍ତମ କୁମାର ଦାଶ):ପ୍ରାଥମିକ ଶିକ୍ଷାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ କରି କୋମଳମତି ପିଲାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୨୦୧୮ରେ ସରକାର କଳାହାଣ୍ଡି ଜିଲାରେ ୧୦୧୬ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଶିକ୍ଷାଦାନର ସଫଳ ରୂପାୟନ ଦେଖାଯାଇଥିଲା। ନିୟମାନୁଯାୟୀ ୬ବର୍ଷ ପରେ ଏହି ଶିକ୍ଷକମାନେ ନିୟମିତ ହେବା କଥା। ହେଲେ ୬ବର୍ଷ ୯ ମାସ ପରେ ବି ସେମାନେ ନିୟମିତ ହୋଇପାରୁ ନ ଥିଲେ। ଏହାକୁ ନେଇ ଗତ ନଭେମ୍ବରରେ କନିଷ୍ଠ […] The post କନିଷ୍ଠ ଶିକ୍ଷକଙ୍କୁ ନୂଆବର୍ଷ ଭେଟି: ନିୟମିତ ହେଲେ ୯୨୯ ଶିକ୍ଷୟିତ୍ରୀଶିକ୍ଷକ appeared first on Dharitri Odia News.
ଭବାନୀପାଟଣା, ୨ା୧(ଉତ୍ତମ କୁମାର ଦାଶ):ପ୍ରାଥମିକ ଶିକ୍ଷାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ କରି କୋମଳମତି ପିଲାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୨୦୧୮ରେ ସରକାର କଳାହାଣ୍ଡି ଜିଲାରେ ୧୦୧୬ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଶିକ୍ଷାଦାନର ସଫଳ ରୂପାୟନ ଦେଖାଯାଇଥିଲା। ନିୟମାନୁଯାୟୀ ୬ବର୍ଷ ପରେ ଏହି ଶିକ୍ଷକମାନେ ନିୟମିତ ହେବା କଥା। ହେଲେ ୬ବର୍ଷ ୯ ମାସ ପରେ ବି ସେମାନେ ନିୟମିତ ହୋଇପାରୁ ନ ଥିଲେ। ଏହାକୁ ନେଇ ଗତ ନଭେମ୍ବରରେ କନିଷ୍ଠ ଶିକ୍ଷକମାନେ ଭବାନୀପାଟଣାରେ ଏକ ଶୋଭାଯାତ୍ରା କରି ଜିଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲା ଶିକ୍ଷା ବିଭାଗ ପକ୍ଷରୁ ନୂଆବର୍ଷ ଭେଟି ସ୍ବରୂପ ଜିଲାର ୯୨୯ ଜଣ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତିପତ୍ର ଦିଆଯାଇଛି। ଅବଶିଷ୍ଟ ୮୭ ଜଣଙ୍କୁ ଖୁବ୍ଶୀଘ୍ର ନିୟମିତ କରାଯିବ ବୋଲି ଜଣାପଡିଛି। ଏଥିପାଇଁ ସମସ୍ତ କନିଷ୍ଠ ଶିକ୍ଷକ ମଙ୍ଗଳବାର ସାରେ ଜିଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇଛନ୍ତି। ଦୀର୍ଘ ୬ବର୍ଷ ଅଳ୍ପ ଦରମାରେ ବିଭିନ୍ନ ଘାତପ୍ରତିଘାତ ସହିଆସୁଥିବା କନିଷ୍ଠ ଶିକ୍ଷକଙ୍କ ସହ ସମସ୍ତ ଶିକ୍ଷକ ମହଲରେ ଏହା ଆନନ୍ଦର ଲହରି ଖେଳାଇ ଦେଇଛି। ଏହି ଅବସରରେ ସଭାପତି ଅଭିଷେକ ପଣ୍ଡା, ସାଧାରଣ ସମ୍ପାଦକ ଦେବଦତ୍ତ ମିଶ୍ର, କାର୍ଯ୍ୟକାରୀ ସଭାପତି କାଳୁ ଚରଣ ମହାରଣା, ଉପସଭାପତି ମୋହନ କୁମାର ନାଏକ, ଉପଦେଷ୍ଟା ଶିବ ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
The post କନିଷ୍ଠ ଶିକ୍ଷକଙ୍କୁ ନୂଆବର୍ଷ ଭେଟି: ନିୟମିତ ହେଲେ ୯୨୯ ଶିକ୍ଷୟିତ୍ରୀଶିକ୍ଷକ appeared first on Dharitri Odia News.