କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍, ୮ଟି ଜିଲ୍ଲାରେ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସରିଛି ସମସ୍ତ ପ୍ରସ୍ତୁତି । ବୁଥରେ ପହଞ୍ଚିଲେଣି ପୋଲିଂ ପାର୍ଟି । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ନିଆଯିବ ଭୋଟ । ବିଭିନ୍ନ ବୁଥରେ ପୋଲିଂ କର୍ମଚାରୀ ପହଞ୍ଚିସାରିଲେଣି । ମାଲକିନଗିରି ସ୍ବାଭିମାନ ଅଞ୍ଚଳକୁ ଲଞ୍ଚରେ ଓ ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିକୁ ଡଙ୍ଗାରେ ଯାଇଛନ୍ତି ପୋଲିଂ ପାର୍ଟି । ସୁନାବେଡ଼ା ଅଭୟାରଣ୍ୟରେ ଥିବା […] The post କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍, ୮ଟି ଜିଲ୍ଲାରେ ମତଦାନ appeared first on KNews Odisha.

କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍, ୮ଟି ଜିଲ୍ଲାରେ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସରିଛି ସମସ୍ତ ପ୍ରସ୍ତୁତି । ବୁଥରେ ପହଞ୍ଚିଲେଣି ପୋଲିଂ ପାର୍ଟି । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ନିଆଯିବ ଭୋଟ । ବିଭିନ୍ନ ବୁଥରେ ପୋଲିଂ କର୍ମଚାରୀ ପହଞ୍ଚିସାରିଲେଣି ।

ମାଲକିନଗିରି ସ୍ବାଭିମାନ ଅଞ୍ଚଳକୁ ଲଞ୍ଚରେ ଓ ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିକୁ ଡଙ୍ଗାରେ ଯାଇଛନ୍ତି ପୋଲିଂ ପାର୍ଟି । ସୁନାବେଡ଼ା ଅଭୟାରଣ୍ୟରେ ଥିବା ବୁଥ ପାଇଁ ପୋଲିଂ ପାର୍ଟିକୁ ଏୟାରଲିଫ୍ଟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷ ୮୭ ହଜାର ଭୋଟର । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସୁରକ୍ଷା କଡ଼ାକଡ଼ି । ମାଓପ୍ରବଣ ଅଞ୍ଚଳ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ । ୧୭ ହଜାର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

The post କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍, ୮ଟି ଜିଲ୍ଲାରେ ମତଦାନ appeared first on KNews Odisha.