ହୁ ହୁ ହୋଇ ଜଳିଗଲା ଶାଢ଼ି ଦୋକାନ, ୭୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ପୋଡି ପାଉଁଶ
ଉଦଳା : ଶାଢ଼ି ଦୋକାନରେ ନିଆଁ । ହୁ ହୁ ହୋଇ ଜଳିଗଲା ଶାଢ଼ି । ମୟୂରଭଞ୍ଜ ଜିଲ୍ଲା ଉଦଳାର ଏକ ଶାଢ଼ି ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୭୦ ଲକ୍ଷରୁ ଅଧିକ ଟଙ୍କାର ଶାଢ଼ି ପୋଡ଼ି ପାଉଁଶ ହୋଇଯାଇଛି । ୩ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମବାହିନୀ । ଗତକାଲି ରାତିରେ ଦୋକାନ ବନ୍ଦ ଥିବାବେଳେ ଧୂଆଁ ବାହାରୁଥିବାର ଦେଖିଥିଲେ ସିକ୍ୟୁରିଟି ଗାର୍ଡ । ପରେ ମାଲିକଙ୍କୁ ଫୋନ କରିବା […] The post ହୁ ହୁ ହୋଇ ଜଳିଗଲା ଶାଢ଼ି ଦୋକାନ, ୭୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ପୋଡି ପାଉଁଶ appeared first on KNews Odisha.

ଉଦଳା : ଶାଢ଼ି ଦୋକାନରେ ନିଆଁ । ହୁ ହୁ ହୋଇ ଜଳିଗଲା ଶାଢ଼ି । ମୟୂରଭଞ୍ଜ ଜିଲ୍ଲା ଉଦଳାର ଏକ ଶାଢ଼ି ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୭୦ ଲକ୍ଷରୁ ଅଧିକ ଟଙ୍କାର ଶାଢ଼ି ପୋଡ଼ି ପାଉଁଶ ହୋଇଯାଇଛି । ୩ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମବାହିନୀ ।
ଗତକାଲି ରାତିରେ ଦୋକାନ ବନ୍ଦ ଥିବାବେଳେ ଧୂଆଁ ବାହାରୁଥିବାର ଦେଖିଥିଲେ ସିକ୍ୟୁରିଟି ଗାର୍ଡ । ପରେ ମାଲିକଙ୍କୁ ଫୋନ କରିବା ସହ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ଆହୁରି ପଢ଼ନ୍ତୁ : ଯବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି କଲେଜ୍ ଛାତ୍ରୀ, ସୁରକ୍ଷା ପାଇଁ ଠାକୁରଙ୍କ ପାଖରେ କଲେ ପ୍ରାର୍ଥନା
The post ହୁ ହୁ ହୋଇ ଜଳିଗଲା ଶାଢ଼ି ଦୋକାନ, ୭୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ପୋଡି ପାଉଁଶ appeared first on KNews Odisha.