ମହିଳା ବର୍ଗରେ ପ୍ୟାରିସ ଅଲିମ୍ପିକ୍ସ ମେଡାଲ ଜିତିଥିବା ବକ୍ସର ଏବେ ବାହାରିଲେ ପୁରୁଷ, ପୂରା ଖବର ଜାଣିଲେ…
ନୂଆଦିଲ୍ଲୀ,୫।୧୧: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଲଜେରିଆର ବକ୍ସର ଇମାନ ଖଲିଫ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍ସ ସମୟରେ ଇମାନଙ୍କ ଲିଙ୍ଗକୁ ନେଇ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ସାମ୍ନାକୁ ଆସିଥିବା ଡାକ୍ତରୀ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନକ କରିବ, ଯେଉଁଥିରେ କୁହାଯାଇଛି ଯେ ଇମାନଙ୍କ ଭିତରେ ପୁରୁଷଙ୍କ ଭଳି କିଛି ଅଙ୍ଗ ଅଛି। ରିପୋର୍ଟ ଅନୁଯାୟୀ, ଖଲିଫଙ୍କ ପାଖରେ ଆଭ୍ୟନ୍ତରୀଣ ଅଣ୍ଡକୋଷ ଏବଂ XY କ୍ରୋମୋଜୋମ ଅଛି, ଯାହା ୫-ଆଲଫା ରିଡକ୍ଟେଜ ଅଭାବ ବୋଲି ଦର୍ଶାଏ। ଅଲିମ୍ପିକ୍ସ […] The post ମହିଳା ବର୍ଗରେ ପ୍ୟାରିସ ଅଲିମ୍ପିକ୍ସ ମେଡାଲ ଜିତିଥିବା ବକ୍ସର ଏବେ ବାହାରିଲେ ପୁରୁଷ, ପୂରା ଖବର ଜାଣିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୫।୧୧: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଲଜେରିଆର ବକ୍ସର ଇମାନ ଖଲିଫ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍ସ ସମୟରେ ଇମାନଙ୍କ ଲିଙ୍ଗକୁ ନେଇ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ସାମ୍ନାକୁ ଆସିଥିବା ଡାକ୍ତରୀ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନକ କରିବ, ଯେଉଁଥିରେ କୁହାଯାଇଛି ଯେ ଇମାନଙ୍କ ଭିତରେ ପୁରୁଷଙ୍କ ଭଳି କିଛି ଅଙ୍ଗ ଅଛି। ରିପୋର୍ଟ ଅନୁଯାୟୀ, ଖଲିଫଙ୍କ ପାଖରେ ଆଭ୍ୟନ୍ତରୀଣ ଅଣ୍ଡକୋଷ ଏବଂ XY କ୍ରୋମୋଜୋମ ଅଛି, ଯାହା ୫-ଆଲଫା ରିଡକ୍ଟେଜ ଅଭାବ ବୋଲି ଦର୍ଶାଏ।
ଅଲିମ୍ପିକ୍ସ ସମୟରେ ଇମାନ ଖଲିଫଙ୍କ ବିପକ୍ଷରେ ଖେଳିଥିବା ଅନେକ ମହିଳା ବକ୍ସର ଅଙ୍ଗଭଙ୍ଗୀ ମାଧ୍ୟମରେ ହାଇଲାଇଟ କରିବାକୁ ଚେଷ୍ଟା କରିଥିଲେ ଯେ ଇମାନଙ୍କ ଭିତରେ XY କ୍ରୋମୋଜୋମ ଅଛି । ପ୍ୟାରିସର କ୍ରେମାଲିନ-ବିସେଟ୍ରେ ହସ୍ପିଟାଲ ଏବଂ ଆଲଜେର୍ସର ମହମ୍ମଦ ଲାମିନ ଦେବଗିନ ହସ୍ପିଟାଲର ବିଶେଷଜ୍ଞମାନେ ୨୦୨୩ ରିପୋର୍ଟରେ ଅନେକ ଖୁଲାସା କରିଥିଲେ।
ରିପୋର୍ଟରେ ଇମାନଙ୍କ ଜୈବିକ ଗୁଣ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ଆଭ୍ୟନ୍ତରୀଣ ଅଣ୍ଡକୋଷର ଅସ୍ତିତ୍ୱ ଏବଂ ଗର୍ଭାଶୟର ଅଭାବ ରହିଛି। ଏହା ବ୍ୟତୀତ ରିଡକ୍ସର ରିପୋର୍ଟ ଅନୁଯାୟୀ, ଏକ ଏମଆରଆଇରେ ଇମାନଙ୍କ ମାଇକ୍ରୋପେନିସର ଉପସ୍ଥିତି ବିଷୟରେ ପ୍ରକାଶ କରିଛି। ରିପୋର୍ଟ ଆସିବା ପରେ ଇମାନଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଉଛି ତାହା ଦେଖିବା ମଜାଦାର ହେବ।
The post ମହିଳା ବର୍ଗରେ ପ୍ୟାରିସ ଅଲିମ୍ପିକ୍ସ ମେଡାଲ ଜିତିଥିବା ବକ୍ସର ଏବେ ବାହାରିଲେ ପୁରୁଷ, ପୂରା ଖବର ଜାଣିଲେ… appeared first on Dharitri Odia News.