ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ନାବାଳକ ଥିବା ସୂଚନା ମିଳିଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଆଜି ସକାଳୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବର୍ତ୍ତମାନ […] The post ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ appeared first on Dharitri Odia News.

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ନାବାଳକ ଥିବା ସୂଚନା ମିଳିଛି।

ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଆଜି ସକାଳୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

ସୂଚନା ଅନୁଯାୟୀ, ସୀମାନ୍ତ ଛତିଶଗଡ କୋରବା ଜିଲା ଟପରା ଗାଁର ୬୦ ଜଣ ଲୋକ ବରଗଡ ଜିଲା ବାଞ୍ଜିପାଲିସ୍ଥିତ ପଥରସେଣୀ ମନ୍ଦିରକୁ ଯାଇଥିଲେ। ସେଠାରେ ସେମାନେ ମାନସିକ ସାରି ଫେରିବା ବେଳେ ଶରଧା ଘାଟରୁ ପ୍ରାୟ ୧କିମି ଦୂରରେ ଡଙ୍ଗାଟି ଓଲଟି ପଡିଥିଲା। ଡଙ୍ଗାର ଉଭୟ ପାଶର୍‌ବରେ ବସିଥିବା ଲୋକେ ପହଁରିବାକୁ ଉଦ୍ୟମ କରିଥିବା ବେଳେ ସ୍ଥାନୟୀ ମତ୍ସ୍ୟଜୀବୀମାନଙ୍କ ଦ୍ବାରା ଉଦ୍ଧାର ହୋଇଥିଲେ।

The post ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ appeared first on Dharitri Odia News.