ଗୁରୁ ହିଁ ଜୀବନର ପଥ ପ୍ରଦର୍ଶକ
ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ):ଗୁରୁଙ୍କ ଆଶୀର୍ବାଦ ବିନା ଜୀବନ ନିରର୍ଥକ। ତେଣୁ ଗୁରୁ ହିଁ ଅଗ୍ରପୂଜ୍ୟ ଓ ଚିର ନମସ୍ୟ ବୋଲି ବରଗଡ଼ ରାଣାପ୍ରତାପ ସ୍କୁଲରେ ବୁଧବାର ଅନୁଷ୍ଠିତ ତସ୍ମୈଶ୍ରୀ ଗୁରବେ ନମଃ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସଂସଦର ସଭାନେତ୍ରୀ ରେଣୁକା ଭୋଇ ଅଧ୍ୟକ୍ଷତା କରିଥିଲେ। ଗୁରୁ ଦିବସର ଦିନକ ପୂର୍ବରୁ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଶିଷ୍ଟ ସଂକୀର୍ତ୍ତନ୍ୟ ଗୁରୁ ପ୍ରମୋଦ ଦାଶ, ଗୁରୁ ମନୋରଞ୍ଜନ ବେହେରା, ଅବସରପ୍ରାପ୍ତ […] The post ଗୁରୁ ହିଁ ଜୀବନର ପଥ ପ୍ରଦର୍ଶକ appeared first on Dharitri Odia News.
ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ):ଗୁରୁଙ୍କ ଆଶୀର୍ବାଦ ବିନା ଜୀବନ ନିରର୍ଥକ। ତେଣୁ ଗୁରୁ ହିଁ ଅଗ୍ରପୂଜ୍ୟ ଓ ଚିର ନମସ୍ୟ ବୋଲି ବରଗଡ଼ ରାଣାପ୍ରତାପ ସ୍କୁଲରେ ବୁଧବାର ଅନୁଷ୍ଠିତ ତସ୍ମୈଶ୍ରୀ ଗୁରବେ ନମଃ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସଂସଦର ସଭାନେତ୍ରୀ ରେଣୁକା ଭୋଇ ଅଧ୍ୟକ୍ଷତା କରିଥିଲେ। ଗୁରୁ ଦିବସର ଦିନକ ପୂର୍ବରୁ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଶିଷ୍ଟ ସଂକୀର୍ତ୍ତନ୍ୟ ଗୁରୁ ପ୍ରମୋଦ ଦାଶ, ଗୁରୁ ମନୋରଞ୍ଜନ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟକାନ୍ତି ଭୋଇ, ମୀନା ପଣ୍ଡା, ଶିକ୍ଷୟିତ୍ରୀ ସୁନୀତା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଜୀବନକୁ ଆଲୋକିତ କରିବା ପାଇଁ ଗୁରୁ ହିଁ ଆଲୋକବର୍ତ୍ତିକା ବୋଲି କହିଥିଲେ। ଭାରତୀ ଶିଶୁ ସାହିତ୍ୟ ସଂସଦର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଛାତ୍ରୀମାନେ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଗୁରୁ କିଭଳି ଜୀବନର ପଥ ପ୍ରଦର୍ଶନ, ସେ ନେଇ ନିଜ ମତ ରଖିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଉପସ୍ଥିତ ଥିଲେ। ଭାରତୀ ଶିଶୁ ସାହିତ୍ୟ ସଂସଦର ସମ୍ପାଦିକା ଅଶ୍ଳେଷା ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
The post ଗୁରୁ ହିଁ ଜୀବନର ପଥ ପ୍ରଦର୍ଶକ appeared first on Dharitri Odia News.