ଫାର୍ମପଣ୍ଡ ଖନନ ନାମରେ ଟଙ୍କା ଆତ୍ମସାତ୍ ଘଟଣା: ତଦନ୍ତର ୨ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ
ନୂଆପଡ଼ା,୨୧ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍ ଠିକପାଲି ପଞ୍ଚାୟତ ବାବୁପାଲି ଗାଁରେ ଏମ୍ଜିଏନ୍ଆର୍ଇଜିଏସ୍ରେ ଫାର୍ମପଣ୍ଡ (ଚହଲା) ଖନନ କରାଯାଇଛି। ସେଥିରୁ ଗୋଟିଏ ଚହଲାକୁ ଦୁଇଥର ବିଲ୍କରି ଟଙ୍କା ଆତ୍ମସାତ୍ କରାଯାଇଥିବା ଶୀର୍ଷକରେ ଏକ ଖବର ଫେବୃଆରୀ ୨୬ରେ ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ଏହାପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇ ଅତିରିକ୍ତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗେଶ୍ୱର ଭୋଇଙ୍କୁ ତଦନ୍ତ ଭାର ଦେଇଥିଲେ। ଏପିଡି ଭୋଇ ବାବୁପାଲି ଗାଁକୁ ଯାଇ ଚହଲା ଖନନ ଉପରେ […] The post ଫାର୍ମପଣ୍ଡ ଖନନ ନାମରେ ଟଙ୍କା ଆତ୍ମସାତ୍ ଘଟଣା: ତଦନ୍ତର ୨ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ appeared first on Dharitri Odia News.
ନୂଆପଡ଼ା,୨୧ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍ ଠିକପାଲି ପଞ୍ଚାୟତ ବାବୁପାଲି ଗାଁରେ ଏମ୍ଜିଏନ୍ଆର୍ଇଜିଏସ୍ରେ ଫାର୍ମପଣ୍ଡ (ଚହଲା) ଖନନ କରାଯାଇଛି। ସେଥିରୁ ଗୋଟିଏ ଚହଲାକୁ ଦୁଇଥର ବିଲ୍କରି ଟଙ୍କା ଆତ୍ମସାତ୍ କରାଯାଇଥିବା ଶୀର୍ଷକରେ ଏକ ଖବର ଫେବୃଆରୀ ୨୬ରେ ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ଏହାପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇ ଅତିରିକ୍ତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗେଶ୍ୱର ଭୋଇଙ୍କୁ ତଦନ୍ତ ଭାର ଦେଇଥିଲେ। ଏପିଡି ଭୋଇ ବାବୁପାଲି ଗାଁକୁ ଯାଇ ଚହଲା ଖନନ ଉପରେ ତଦନ୍ତ କରିଥିଲେ ା ତଦନ୍ତର ୨ମାସ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
ସୂଚନା ଅନୁଯାୟୀ ଠିକପାଲି ପଞ୍ଚାୟତ ପକ୍ଷରୁ ଏମ୍ଜିଏନ୍ଆର୍ଇଜିଏସ୍ରେ ୨୦୨୨-୨୩ ଆର୍ଥିକବର୍ଷରେ ୨ ଲକ୍ଷ ୮୭ ହଜାର ବ୍ୟୟ ଅଟକଳରେ ବାବୁପାଲି ଗାଁର ବାଳକୃଷ୍ଣ ମାଝିଙ୍କ ନାମରେ ଏକ ଚହଲା ଖନନ କରାଯାଇଥିଲା। ଏ ବାବଦରେ ୧ ଲକ୍ଷ ୮୨ ହଜାର ୬୮୮ ଟଙ୍କା ଉଠାଣ ହୋଇଛି। ପୁନଶ୍ଚ ସେହି ଚହଲାକୁ ବାଳକୃଷ୍ଣଙ୍କ ମା’ ଗୁନମତୀ ମାଝିଙ୍କ ନାମରେ ୨୦୨୩-୨୪ରେ ଖନନ ହୋଇଛି ବୋଲି ଦେଖାଇ ୧ ଲକ୍ଷ ୯୮ ହଜାର ୫୨୮ ଟଙ୍କା ଉଠାଣ କରି ଆତ୍ମସାତ୍ କରାଯାଇଛି। ଗୋଟିଏ ଚହଲାକୁ ଦୁଇଥର ବିଲ୍ କରି ଲକ୍ଷାଧିକ ଟଙ୍କା ଆମତ୍ସାତ୍ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଉକ୍ତ ଗାଁରେ ଅମୃତ ସୁନାନୀ, ରାକେଶ ମାଝି, ରମ୍ଭା ଶବର, ତାୱାନ୍ତି ନାଏକଙ୍କ ନାମରେ ଚହଲା ଅଳ୍ପ ଖନନ କରାଯାଇ ବିଲ୍ କରି ଟଙ୍କା ଉଠାଣ କରାଯାଇଛି। ମାଳତି ସୁନାନୀ, ଗୌରୀ ସୁନାନୀ, କୁଶା ସୁନାନୀ, ରଶ୍ମିତା ଶଗରିଆ, ତାରାବତି ସୁନାନୀ ଓ ଯୁଧିଷ୍ଠିର ମାଝି ନାମରେ ଥିବା ଚହଲା ଆଦୌ ଖନନ କରାଯାଇ ନାହିଁ। ବାବୁପାଲି ଗାଁରେ ଯେତେ ଚହଲା ମଞ୍ଜୁର ହୋଇଛି ସେଥିରୁ ଗୋଟିଏରେ ବି ଲୋକ କାମ କରିନାହାନ୍ତି। ଜେସିବି ଦ୍ୱାରା ଖନନକରି କାମ ଶେଷ ସମୟରେ ୪/୫ ଜଣ ଲୋକଙ୍କ ଫଟୋ ଉଠାଇ ଦେଖାଇ ଦେଉଛନ୍ତି। ଯେଉଁମାନେ ପଞ୍ଚାୟତରେ ଭତ୍ତା ପାଉଛନ୍ତି ସେମାନଙ୍କ ଆକାଉଣ୍ଟ ନମ୍ବର, ଆଧାର କାର୍ଡ ତାଙ୍କ ପାଖରେ ରହିଛି। ସେମାନଙ୍କ ନାମରେ ଟଙ୍କା ଉଠାଣ କରି ଆତ୍ମସାତ୍ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗାମୀ ୭ଦିନ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଯୁବ କଂଗ୍ରେସ ଜିଲା ସଭାପତି ଅମିତ କୁମାର ଅହିର ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି। ସତ୍ୟାସତ୍ୟ ଜଣାପଡ଼ିବା ପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
The post ଫାର୍ମପଣ୍ଡ ଖନନ ନାମରେ ଟଙ୍କା ଆତ୍ମସାତ୍ ଘଟଣା: ତଦନ୍ତର ୨ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ appeared first on Dharitri Odia News.