ଆଉ ଦାଖଲ କରିବାକୁ ପଡ଼ିବନି ସ୍ପିଡ ଗଭର୍ନର ସାର୍ଟିଫିକେଟ : ଗାଡି ମାଲିକଙ୍କ ପାଇଁ ଖୁସି ଖବର…
ନୂଆଦିଲ୍ଲୀ,୯।୧ : ବାଣିଜି୍ୟକ ଗାଡି ମାଲିକଙ୍କ ପାଇଁ ଖୁସି ଖବର ଆସିଛି। ଏବେ ଆଉ ସେମାନଙ୍କୁ ଯାନଗୁଡିକ ସ୍ପିଡ ଗଭର୍ନର ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ ନାହିଁ। ଦିଲ୍ଲୀ ସରକାର ଏହି ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ଏହି ସୂଚନା ପ୍ରଦାନ କରାଯାଇଛି। ସ୍ପିଡ ଗଭର୍ନର (ଗତି ସୀମିତ) ଉପକରଣଗୁଡ଼ିକ ମୋଟର ଯାନରେ କ୍ରୁଜ କଣ୍ଟ୍ରୋଲ ସିଷ୍ଟମ ପରି କାମ କରିଥାଏ। ୨୦୧୮ରେ, ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ଜାରି କରି ୧ ଅକ୍ଟୋବର […] The post ଆଉ ଦାଖଲ କରିବାକୁ ପଡ଼ିବନି ସ୍ପିଡ ଗଭର୍ନର ସାର୍ଟିଫିକେଟ : ଗାଡି ମାଲିକଙ୍କ ପାଇଁ ଖୁସି ଖବର… appeared first on Dharitri Odia News.
ନୂଆଦିଲ୍ଲୀ,୯।୧ : ବାଣିଜି୍ୟକ ଗାଡି ମାଲିକଙ୍କ ପାଇଁ ଖୁସି ଖବର ଆସିଛି। ଏବେ ଆଉ ସେମାନଙ୍କୁ ଯାନଗୁଡିକ ସ୍ପିଡ ଗଭର୍ନର ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ ନାହିଁ। ଦିଲ୍ଲୀ ସରକାର ଏହି ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ଏହି ସୂଚନା ପ୍ରଦାନ କରାଯାଇଛି।
ସ୍ପିଡ ଗଭର୍ନର (ଗତି ସୀମିତ) ଉପକରଣଗୁଡ଼ିକ ମୋଟର ଯାନରେ କ୍ରୁଜ କଣ୍ଟ୍ରୋଲ ସିଷ୍ଟମ ପରି କାମ କରିଥାଏ।
୨୦୧୮ରେ, ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ଜାରି କରି ୧ ଅକ୍ଟୋବର ୨୦୧୫ ପୂର୍ବରୁ ପଞ୍ଜୀକୃତ ହାଲୁକା ଯାତ୍ରୀବାହୀ ଯାନ ସମେତ ବ୍ୟବସାୟିକ ପରିବହନ ଯାନରେ ସ୍ପିଡ ଗଭର୍ନର ସ୍ଥାପନ ଆବଶ୍ୟକ କରିଥିଲେ। ଯାହାକି ଘଣ୍ଟା ପ୍ରତି ସର୍ବାଧିକ ଗତି ୮୦ କିଲୋମିଟର ପର୍ଯ୍ୟନ୍ତ ସୀମିତ କରିଥିଲା ।
ସେଣ୍ଟ୍ରାଲ ମୋଟର ଯାନ ନିୟମ, ୧୯୮୯ରେ ସ୍ପଷ୍ଟ ଭାବରେ ଊଲ୍ଲେଖ ରହିଛି ୧ ଅକ୍ଟୋବର, ୨୦୧୫ ରେ କିମ୍ବା ପରେ ଉତ୍ପାଦିତ ଯାନରେ ନିର୍ମାତାଙ୍କ ଦ୍ୱାରା ସ୍ପିଡ ଗଭର୍ନର ସଂଯୁକ୍ତ ହେବ। ପରିବହନ ଯାନଗୁଡି ବର୍ଗ ପାଇଁ ନିର୍ଦ୍ଧାରିତ ସର୍ବାଧିକ ଗତି ପୂର୍ବରୁ ନିର୍ଣ୍ଣୟ କରାଯିବା ଆବଶ୍ୟକ।
ସମସ୍ତ ଯାନ ପାଇଁ ଫିଟନେସ ମଞ୍ଜୁର କିମ୍ବା ନବୀକରଣ ସମୟରେ ଏକ ସ୍ପିଡ ଗଭର୍ନର ସାର୍ଟିଫିକେଟ ଦାଖଲ କରିବାକୁ ପୂର୍ବରୁ ହେଉଥିଲା।
ତେବେ ଭାରୀ ଯାନଗୁଡିକ ପାଇଁ ସ୍ପିଡ ଗଭର୍ନର କାର୍ଯ୍ୟକାରିତା ଫିଟନେସ ସମୟରେ ଅଟୋମେଟେଡ ଟେଷ୍ଟିଂ ଷ୍ଟେଶନ ମାଧ୍ୟମରେ ଜାରି ରହିବ ।
The post ଆଉ ଦାଖଲ କରିବାକୁ ପଡ଼ିବନି ସ୍ପିଡ ଗଭର୍ନର ସାର୍ଟିଫିକେଟ : ଗାଡି ମାଲିକଙ୍କ ପାଇଁ ଖୁସି ଖବର… appeared first on Dharitri Odia News.