ନାମାଙ୍କନ ଦାଖଲ କଲେ କଙ୍ଗନା, ବିକ୍ରମାଦିତ୍ୟ ସିଂଙ୍କ ସହ ହେବ ମୁକାବିଲା
ମଣ୍ଡି,୧୪।୫: ଭାଜପା ପ୍ରାର୍ଥୀ କଙ୍ଗନା ରାନାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର କଙ୍ଗନା ରାଣାଓ୍ବତ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଫର୍ମ ଦାଖଲ କରିଥିଲେ। ଏହି ସମୟରେ ହିମାଚଳ ବିଧାନସଭାରେ ବିରୋଧୀ ଦଳର ନେତା ଜୟରାମ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ କଙ୍ଗନା ରାନାୱତ ମଧ୍ୟ ଏକ ରୋଡ ସୋ କରିଥିଲେ। ଏହି ଆସନରେ ତାଙ୍କର ପ୍ରତିଯୋଗିତା ହେଉଛି କଂଗ୍ରେସର ବିକ୍ରମାଦିତ୍ୟ ସିଂଙ୍କ ସହ। ନାମାଙ୍କନ ଦାଖଲ […] The post ନାମାଙ୍କନ ଦାଖଲ କଲେ କଙ୍ଗନା, ବିକ୍ରମାଦିତ୍ୟ ସିଂଙ୍କ ସହ ହେବ ମୁକାବିଲା appeared first on Dharitri Odia News.
ମଣ୍ଡି,୧୪।୫: ଭାଜପା ପ୍ରାର୍ଥୀ କଙ୍ଗନା ରାନାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର କଙ୍ଗନା ରାଣାଓ୍ବତ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଫର୍ମ ଦାଖଲ କରିଥିଲେ। ଏହି ସମୟରେ ହିମାଚଳ ବିଧାନସଭାରେ ବିରୋଧୀ ଦଳର ନେତା ଜୟରାମ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ କଙ୍ଗନା ରାନାୱତ ମଧ୍ୟ ଏକ ରୋଡ ସୋ କରିଥିଲେ। ଏହି ଆସନରେ ତାଙ୍କର ପ୍ରତିଯୋଗିତା ହେଉଛି କଂଗ୍ରେସର ବିକ୍ରମାଦିତ୍ୟ ସିଂଙ୍କ ସହ।
ନାମାଙ୍କନ ଦାଖଲ କରିବା ପୂର୍ବରୁ କଙ୍ଗନା ରାନାୱତ କହିଛନ୍ତି, ଆମର ସୌଭାଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ କାଶୀରୁ ନାମାଙ୍କନ ଦାଖଲ କରୁଛନ୍ତି ଏବଂ ମୁଁ ଛୋଟି କାଶୀରୁ ଆସିଛି। ଏହା ମଧ୍ୟ ଭାରତର ସୌଭାଗ୍ୟ ଯେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ମୁଁ ଅନେକଥର ନାମାଙ୍କନପତ୍ର ଦାଖଲ କରିବାର ସୁଯୋଗ ପାଇବାକୁ ଚାହୁଁଛି। ସେ କହିଛନ୍ତି ଯେ ମଣ୍ଡିର ଜନତା ଏବଂ ମୋ ପ୍ରତି ଥିବା ସେମାନଙ୍କ ଭଲପାଇବା ମୋତେ ଏଠାକୁ ଆଣିଛି। ଆମ ଦେଶରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ନାଁ କରୁଛନ୍ତି। ଆଜି ମଣ୍ଡିର ମହିଳାମାନେ ସେନା, ଶିକ୍ଷା ଏବଂ ରାଜନୀତି କ୍ଷେତ୍ରରେ ଅଛନ୍ତି।
The post ନାମାଙ୍କନ ଦାଖଲ କଲେ କଙ୍ଗନା, ବିକ୍ରମାଦିତ୍ୟ ସିଂଙ୍କ ସହ ହେବ ମୁକାବିଲା appeared first on Dharitri Odia News.