ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ ବିରୋଧ ତୀବ୍ର ରୂପ ଧାରଣ କରିଛି। ନିକଟରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା ଯେଉଁ ତିରୁପତିଙ୍କ ପ୍ରସାଦରେ ଘୁଷୁରୀ ଚର୍ବି ଓ ଗୋମାଂସ ମିଶାଯାଉଥିବା ଜଣାପଡିଛି। ଏହି ଖବର ଜଣାପଡିବା ପରେ ଜାତୀୟ ରାଜନୀତି ଉଷ୍ମ ହେବାରେ ଲାଗିଛି। କିନ୍ତୁ ଆପଣ ଜାଣନ୍ତି କି, କେବଳ ତିରୁପତି ପ୍ରାସଦରେ ନୁହେଁ […] The post ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ appeared first on Dharitri Odia News.

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ ବିରୋଧ ତୀବ୍ର ରୂପ ଧାରଣ କରିଛି। ନିକଟରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା ଯେଉଁ ତିରୁପତିଙ୍କ ପ୍ରସାଦରେ ଘୁଷୁରୀ ଚର୍ବି ଓ ଗୋମାଂସ ମିଶାଯାଉଥିବା ଜଣାପଡିଛି। ଏହି ଖବର ଜଣାପଡିବା ପରେ ଜାତୀୟ ରାଜନୀତି ଉଷ୍ମ ହେବାରେ ଲାଗିଛି। କିନ୍ତୁ ଆପଣ ଜାଣନ୍ତି କି, କେବଳ ତିରୁପତି ପ୍ରାସଦରେ ନୁହେଁ ପଶୁ ଚର୍ବି ଥିବା ଏହିପରି ଖାଦ୍ୟ ଆପଣଙ୍କ ଖାଇବା ଥାଳି ଯାଏଁ ମଧ୍ୟ ପହଞ୍ଚିଥାଏ ଯାହା ସମ୍ପର୍କରେ ଆପଣଙ୍କ ଧାରଣା ବି ନଥାଏ।

ତିରୁପତି ମନ୍ଦିରରେ ଦିଆଯାଉଥିବା ପ୍ରାସଦରେ ବ୍ୟବହୃତ ହେଉଥିବା ଘିଅର ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ମାଛତେଲ ରହିବା ସହିତ ପଶୁଚର୍ବି ଥିବା ନେଇ ଖୁଲାସା ହୋଇଛି। ଏଥିରେ ମାଛତେଲ, ଘୁଷୁରୀ ଚର୍ବି ଓ ଗୋ ମାଂସ ଥିବା ନେଇ ଜଣାପଡିଛି। ତେବେ ଏହିସବୁ ଜିନିଷ ପ୍ରସାଦରେ ବ୍ୟବହୃତ ହେଉଥିବା ଘିଅରେ ମିଶାଯାଇଛି। ଏଥିସହ ଏହି ପ୍ରସାଦ ଲଡୁରେ ସୋୟାବିନ୍‌, ସୂର୍ଯ୍ୟମୂଖି, ଅଳସୀ, ଗହମ, ମକ୍କା, କପା, ମାଛତେଲ, ନଡିଆ ଇତ୍ୟାଦି ମିଶାଯାଇଛି। ତେବେ ଘିଅରେ ବ୍ୟହୃତତ ହେଉଥିବା ଏହି ସାମଗ୍ରୀକୁ ‘ଫରେନ ଫ୍ୟାଟ’ କୁହାଯାଏ।

ଯେତେବେଳେ କୌଣସି ଦୁଗ୍ଧ ଜାତୀୟ ଦ୍ରବ୍ୟକୁ ପ୍ରସ୍ତୁତ କରିବା ପାଇଁ ଅଣ ଦୁଗ୍ଧ ଜାତୀୟ ଦ୍ରବ୍ୟ ବ୍ୟବହାର କରାଯାଏ ଏହାକୁ ଫରେନ ଫ୍ୟାଟ କୁହାଯାଏ। ଫରେନ ଫ୍ୟାଟ ଭାବରେ ଘିଅରେ ଭେଜିଟେବୁଲ ଅଏଲ, ପଶୁଚର୍ବି, ହାଇଡ୍ରୋଜେନେଟେଡ ଅଏଲ ବ୍ୟବହାର କରାଯାଏ। ଏହି ଫରେନ ଫ୍ୟାଟ୍‌ ଜରିଆରେ ନକଲି ଘିଅ ପ୍ରସ୍ତୁତ କରାଯାଏ।

କହିରଖୁଛୁ କି, ଆପଣ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରୁଥିବାବେଳେ ଏହିଭଳି ନକଲି ଘିଅ ବ୍ୟବହାର କରିଥାଇ ପାରନ୍ତି। ଅନେକ କମ୍ପାନୀ ବୋତଲ କାଚରେ ଏବଂ ବିଜ୍ଞାପନରେ ଅସଲି କହି ନକଲି ଘିଅ ବିକ୍ରି କରିଥାନ୍ତି। ନକଲି ଘିଅ ପ୍ରସ୍ତୁତ କରିବା ପାଇଁ ମଇଁଷିର ସିଂଘ ଓ ପଶୁଚର୍ବି ବ୍ୟବହାର କରାଯାଏ। ଘିଅରେ ଚିକ୍କଣ ବଢାଇବା ପାଇଁ ପଶୁଚର୍ବିକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି। ଅନେକ କ୍ଷେତ୍ରରେ ପୂଜାଘିଅ କହି ବେପାରୀମାନେ ନକଲି ଘିଅ ବିକ୍ରି କରିଥାନ୍ତି। ଯଦି ଆପଣ ବଜାରରୁ ଡବାରେ ସିଲ୍‌ ହୋଇଥିବା ଘିଅ କିଣୁଛନ୍ତି ତେବେ ଏହାକୁ ସତର୍କତାର ସହ କିଣନ୍ତୁ। ଯଦି ସନ୍ଦେହ ହେଉଛି ତେବେ ଘରେ ମଧ୍ୟ ଏହାର ଯାଞ୍ଚ କରନ୍ତୁ।

The post ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ appeared first on Dharitri Odia News.