ଅସ୍ତିତ୍ୱ ହରାଉଛି ଜଳାଶୟ, ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି
ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବଗେଇବିରା ଗ୍ରାମରେ ରହିଥିବା ଏକ ଜଳାଶୟ ତେନ୍ତୁଳିମୁଣ୍ଡା ଅସ୍ତିତ୍ୱ ହରାଇ ବସିଛି। ଏହି ଜଳାଶୟ ଅନାବନା ଘାସଲଟା ଆଦିରେ ପରିପୂର୍ଣ୍ଣ ଥିବାବେଳେ ଦିନକୁ ଦିନ ସଂକୁଚିତ ହୋଇ ପଡୁଛି। ଜଳାଶୟ ପାଣି ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଥିବାବେଳେ ଖରାଦିନେ ଶୁଖିଲା ପଡୁଛି। ଅନ୍ୟପକ୍ଷରେ ପାଣି ପାଇଁ ଗ୍ରାମବାସୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଫଳରେ ପ୍ରଶାସନ ଉକ୍ତ ଜଳାଶୟର ପୁନରୁଦ୍ଧାର […] The post ଅସ୍ତିତ୍ୱ ହରାଉଛି ଜଳାଶୟ, ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି appeared first on Dharitri Odia News.
ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବଗେଇବିରା ଗ୍ରାମରେ ରହିଥିବା ଏକ ଜଳାଶୟ ତେନ୍ତୁଳିମୁଣ୍ଡା ଅସ୍ତିତ୍ୱ ହରାଇ ବସିଛି। ଏହି ଜଳାଶୟ ଅନାବନା ଘାସଲଟା ଆଦିରେ ପରିପୂର୍ଣ୍ଣ ଥିବାବେଳେ ଦିନକୁ ଦିନ ସଂକୁଚିତ ହୋଇ ପଡୁଛି। ଜଳାଶୟ ପାଣି ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଥିବାବେଳେ ଖରାଦିନେ ଶୁଖିଲା ପଡୁଛି।
ଅନ୍ୟପକ୍ଷରେ ପାଣି ପାଇଁ ଗ୍ରାମବାସୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଫଳରେ ପ୍ରଶାସନ ଉକ୍ତ ଜଳାଶୟର ପୁନରୁଦ୍ଧାର ଦିଗରେ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନାନୁଯାୟୀ, ବଗେଇବିରା ଗ୍ରାମଟି ୨ ଓ୍ବାର୍ଡ ବିଶିଷ୍ଟ। ଏଠାକାର ଲୋକସଂଖ୍ୟା ୩ହଜାରରୁ ଅଧିକ ହେବ। ଗାଁର ଗୋଟିଏ ଓ୍ବାର୍ଡର ପାଖାପାଖି ୧୫୦୦ ଲୋକ ଏହି ତେନ୍ତୁଳିମୁଣ୍ଡା ପୋଖରୀର ପାଣିରେ ନିର୍ଭର କରୁଛନ୍ତି। ପୂର୍ବରୁ ଗାଧୋଇବାଠାରୁ ଆରମ୍ଭ କରି ପ୍ରତ୍ୟେକ କାମରେ ଏହି ଜଳାଶୟର ପାଣି ବ୍ୟବହାର ହେଉଥିଲା। କିନ୍ତୁ ଧୀରେ ଧୀରେ ପୋତି ହୋଇଯିବାରୁ ଜଳାଶୟ ପାଣି ଧାରଣ କ୍ଷମତା ହରାଇ ବସିଛି। ଜଳାଶୟର ପୁନରୁଦ୍ଧାର ସହିତ ଏଠାରେ ଗୋଟିଏ ଗଭୀର ନଳକୂପ ଖନନ କରି ଜଳାଶୟରେ ପାଣି ଭର୍ତ୍ତି କଲେ ଲୋକେ ଉପକୃତ ହେବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଫଳରେ ଏହି ସମସ୍ୟାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
The post ଅସ୍ତିତ୍ୱ ହରାଉଛି ଜଳାଶୟ, ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି appeared first on Dharitri Odia News.