ନିଆଁଲାଗି ଜଳିପୋଡ଼ି ସବୁଛାରଖାର, ଚାହୁଁଚାହୁଁ ହୁହୁ ହୋଇଜଳିଲା
ନିରାକାରପୁର,୨।୩(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀଥାନା ଅନ୍ତର୍ଗତ ବିନ୍ଧାଣିଆ ଗ୍ରାମରେ ନିଆଁ ଲାଗି ୭ ବଖରା ଘର ଜଳିଯାଇଛି। ଗ୍ରାମର ଚକର ବେହେରା, ପରୀକ୍ଷିତ ବେହେରା, ନାଲୁ ବେହେରା, ଖଲେଶ୍ୱର ବେହେରାଙ୍କର ପ୍ରାୟ ପ୍ରାୟ ୭ ବଖରା ଜଳିପୋଡି ପାଉଁସ ହୋଇଯାଇଛି। ନିଆଁର ପ୍ରକୋପ ଏତେ ବେଶି ଥିଲାଯେ, କେହି ପଶିବା ଅସମ୍ଭବ ହୋଇଯାଉଛି। ଘରର ଆସବାବ ପତ୍ର ପୋଡ଼ି ଜଳିଯାଇଛି। ଖବରପାଇ ଟାଙ୍ଗୀ ଅଗ୍ନିଶମବାହିନୀ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। […] The post ନିଆଁଲାଗି ଜଳିପୋଡ଼ି ସବୁଛାରଖାର, ଚାହୁଁଚାହୁଁ ହୁହୁ ହୋଇଜଳିଲା appeared first on Dharitri Odia News.
ନିରାକାରପୁର,୨।୩(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀଥାନା ଅନ୍ତର୍ଗତ ବିନ୍ଧାଣିଆ ଗ୍ରାମରେ ନିଆଁ ଲାଗି ୭ ବଖରା ଘର ଜଳିଯାଇଛି। ଗ୍ରାମର ଚକର ବେହେରା, ପରୀକ୍ଷିତ ବେହେରା, ନାଲୁ ବେହେରା, ଖଲେଶ୍ୱର ବେହେରାଙ୍କର ପ୍ରାୟ ପ୍ରାୟ ୭ ବଖରା ଜଳିପୋଡି ପାଉଁସ ହୋଇଯାଇଛି।
ନିଆଁର ପ୍ରକୋପ ଏତେ ବେଶି ଥିଲାଯେ, କେହି ପଶିବା ଅସମ୍ଭବ ହୋଇଯାଉଛି। ଘରର ଆସବାବ ପତ୍ର ପୋଡ଼ି ଜଳିଯାଇଛି। ଖବରପାଇ ଟାଙ୍ଗୀ ଅଗ୍ନିଶମବାହିନୀ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
The post ନିଆଁଲାଗି ଜଳିପୋଡ଼ି ସବୁଛାରଖାର, ଚାହୁଁଚାହୁଁ ହୁହୁ ହୋଇଜଳିଲା appeared first on Dharitri Odia News.