ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ
ପ୍ୟାରିସ୍, ୮ା୫ : ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ ସହରରେ ଏହି ମଶାଲ ପ୍ରବେଶ କରିବ। ଏପ୍ରିଲ ୧୬ ତାରିଖରେ ଦକ୍ଷିଣ ଗ୍ରୀସ୍ର ଏଥେନ୍ସରେ ଥିବା ପୁରାତନ ଗେମ୍ସ ଭେନ୍ୟୁରେ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହାପରେ ବେଲେମ ନାମକ ଜାହାଜରେ ଏହାକୁ ପ୍ୟାରିସ୍ ଅଭିମୁଖେ ପ୍ରେରଣ କରାଯାଇଥିଲା। ଆଧୁନିକ ଅଲିମ୍ପିକ୍ସ ଉତ୍ପତ୍ତି ସମୟରେ ପ୍ରଥମ ଥର ବେଲେମକୁ ୧୮୯୬ […] The post ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ appeared first on Dharitri Odia News.
ପ୍ୟାରିସ୍, ୮ା୫ : ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ ସହରରେ ଏହି ମଶାଲ ପ୍ରବେଶ କରିବ। ଏପ୍ରିଲ ୧୬ ତାରିଖରେ ଦକ୍ଷିଣ ଗ୍ରୀସ୍ର ଏଥେନ୍ସରେ ଥିବା ପୁରାତନ ଗେମ୍ସ ଭେନ୍ୟୁରେ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହାପରେ ବେଲେମ ନାମକ ଜାହାଜରେ ଏହାକୁ ପ୍ୟାରିସ୍ ଅଭିମୁଖେ ପ୍ରେରଣ କରାଯାଇଥିଲା। ଆଧୁନିକ ଅଲିମ୍ପିକ୍ସ ଉତ୍ପତ୍ତି ସମୟରେ ପ୍ରଥମ ଥର ବେଲେମକୁ ୧୮୯୬ ମସିହାରେ ବ୍ୟବହାର କରାଯାଇଥିଲା। ୧୦୦୦ ନୌକା ସହ ପରେଡ୍ କରି ଏହି ଜାହାଜଟି ମାର୍ସେଲେରେ ପହଞ୍ଚିବ। ପରବର୍ତ୍ତୀ ଦିନରେ ମଶାଲ ବାହକମାନେ ମାର୍ସେଲେ ସହରରେ ଏହାର ପରିକ୍ରମା କରାଇବେ। ମାର୍ସେଲେର ଫୁଟବଲ ଫ୍ୟାନଙ୍କ ପାଇଁ ଦ ଫେମ୍ଡ ଷ୍ଟେଡ ଭେଲୋଡ୍ରୋମର ଛାତ ଉପରେ ଏହାକୁ ସ୍ଥାନ ଦିଆଯିବ। ମାର୍ସେଲେ ଛାଡିବା ପରେ ବିଭିନ୍ନ ସ୍ଥାନ ଦେଇ ଶେଷରେ ଜୁଲାଇ ୨୭ରେ ଏହା ପ୍ୟାରିସ୍ରେ ପହଞ୍ଚିବ।
ମଶାଲ ଯାତ୍ରାର ଗତିପଥ:
ମଣ୍ଟ-ସେଣ୍ଟ-ମିଚେଲ: ମଶାଲ ଶୋଭାଯାତ୍ରା ପ୍ରସିଦ୍ଧ ମଣ୍ଟ-ସେଣ୍ଟ-ମିଚେଲରେ ମେ’ ୩୧ ତାରିଖରେ ପହଞ୍ଚିବ। ୧୯୭୯ରେ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟର ମାନ୍ୟତା ପାଇଥିବା ଏହି ଦୁର୍ଗଟି ଏକ ଦ୍ୱୀପ ମଧ୍ୟରେ ଅବସ୍ଥିତ। ୧୩୩୭-୧୪୫୩ ମଧ୍ୟରେ ଇଂଲଣ୍ଡ ଓ ଫ୍ରାନ୍ସ ଯୁଦ୍ଧର ମୂକସାକ୍ଷୀ ଏହି ସ୍ଥାନକୁ ପରବର୍ତ୍ତୀ ସମୟରେ ଏକ କାରାଗାରରେ ପରିଣତ କରାଯାଇଥିଲା।
ସମୁଦ୍ର: ମଶାଲ ଶୋଭାଯାତ୍ରାକୁ ଫ୍ରାନ୍ସର ଉପକୂଳରେ ରହିଥିବା ସମୁଦ୍ର ମଧ୍ୟଦେଇ ନିଆଯିବ। ଏହାର ନାମ ରେଲାଇସ ଡେସ୍ ଓସେନ୍ସ ବା ସମୁଦ୍ର ମଶାଲ ଶୋଭାଯାତ୍ରା ରଖାଯାଇଛି। ଆଟଲାଣ୍ଟିକ, ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ଦେଇ ଏହା ଫ୍ରେଞ୍ଚ ଗୟାନାରେ ଜୁନ୍ ୯ରେ ପହଞ୍ଚିବ। ପରେ ୧୧ ତାରିଖରେ ଏହା ନ୍ୟୁ କାଲେଡୋନିଆ ଦେଇ ସେଣ୍ଟ ଡେନିସ୍ରେ ପହଞ୍ଚିବ। ଜୁନ୍ ୧୮ରେ ନାଇସ୍ ସହର ଦେଇ ମଶାଲ ପୁନର୍ବାର ଫ୍ରାନ୍ସକୁ ପ୍ରତ୍ୟାବର୍ତ୍ତନ କରିବ।
ଆଲ୍ପସ ପର୍ବତମାଳା: ଫ୍ରାନ୍ସରେ ପ୍ରବେଶ କରିବା ପରେ ମଶାଲ ଶୋଭାଯାତ୍ରା ୨୩ ତାରିଖରେ ଆଲ୍ପସ ପର୍ବତମାଳା ନିକଟସ୍ଥ ଚାମୋନିକ୍ସ ମଣ୍ଟ ବ୍ଲାଙ୍କ ଗସ୍ତ କରିବ। ଏହି ସମୟରେ ହାଉଟେ ସେଭୋଇ ଅଞ୍ଚଳ ଦେଇ ମଧ୍ୟ ମଶାଲ ଶୋଭାଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି।
ଭେର୍ଡୁନ୍: ସାଭୋଇ ପରେ ମଶାଲ ଶୋଭାଯାତ୍ରା ପୂର୍ବ ଫ୍ରାନ୍ସର ଭେର୍ଡୁନ୍ ସହରରେ ୩ ଦିନ ପରେ ପ୍ରବେଶ କରିବ। ଏହା ମଧ୍ୟରେ ଆଲସେସ୍ ଓ ଷ୍ଟ୍ରାସବର୍ଗ ସହର ଦେଇ ଏହା ଅତିକ୍ରମ କରିବ। ୧୯୧୬ରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭେର୍ଡୁନ ସହରରେ ୭ ଲକ୍ଷରୁ ଅଧିକ ଫରାସୀ ଓ ଜର୍ମାନୀ ସୈନ୍ୟ ପ୍ରାଣ ହରାଇଥିଲେ ବା ଆହତ ହୋଇଥିଲେ।
ବାଷ୍ଟାଇଲ ଡେ: ପ୍ୟାରିସର ରାଜରାସ୍ତାରେ ଏହି ମଶାଲ ଶୋଭାଯାତ୍ରା ଜୁଲାଇ ୧୪ ତାରିଖରେ ପ୍ରବେଶ କରିବ। ସମାନ ଦିନରେ ବାଷ୍ଟାଇଲ ଡେ ବା ଫ୍ରାନ୍ସର ଜାତୀୟ ଦିବସ ପାଳନ କରାଯାଇଥାଏ। ଫ୍ରାନ୍ସରେ ଭ୍ରମଣ ପରେ ମଶାଲ ଫ୍ରାନ୍ସ ରାଜ ପରିବାକୁ ନିଆଯିବ। ଜୁଲାଇ ୨୪ରେ ନାନଟେରେ ଓ ୨୫ରେ ସେଣ୍ଟ ଡେନିସ୍କୁ ମଶାଲକୁ ନିଆଯିବ। ପୁନର୍ବାର ୨୬ ତାରିଖରେ ପ୍ୟାରିସ୍ ଆସିବା ସହ ୮୦ଟି ନୌକାରେ ଏହାକୁ ସିଏନ୍ ନଦୀରେ ପରେଡ୍ କରାଯିବ। ୪ ଘଣ୍ଟାର ସମାରୋହ ପରେ ମଶାଲକୁ ଏଇଫିଲ ଟାଓ୍ବାର ଓ ଲୌର୍ଭେ ମ୍ୟୁଜିୟମ ବାହାରେ ରଖାଯିବ। ପ୍ରଥମ ଥର ପାଇଁ ଏହି ମଶାଲରେ ପ୍ରୋପେନ୍ ପରିବର୍ତ୍ତେ ବାୟୋ ଗ୍ୟାସର ବ୍ୟବହାର କରାଯାଇଛି। ସେହିପରି ୨୦୦୦ ମଶାଲର ବ୍ୟବହାର କରାଯାଇଥିବା କୁହାଯାଇଛି।
The post ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ appeared first on Dharitri Odia News.