ନିଜକୁ ଗୁଳି କଲେ ବିଧାୟକ! ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର
ଲୁଧିଆନା,୧୧।୧(ଅରୁଣ ସାହୁ):ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ବିଧାୟକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଆପ ବିଧାୟକଙ୍କ ମତ୍ୟୁ କିପରି ହେଲା, ହଠାତ୍ କିପରି ଗୁଳି ବାଜିଲା, ସେ ନିଜକୁ ଗୁଳି କରିଛନ୍ତି ନା ଅନ୍ୟ କେହି ଗୁଳି ଚଳାଇଛନ୍ତି ସେ ବିଷୟରେ ବର୍ତ୍ତମାନ କିଛି କହିହେବ ନାହିଁ। ଡିସିପି ଜସକରଣ ସିଂହ ତେଜା ଆପ […] The post ନିଜକୁ ଗୁଳି କଲେ ବିଧାୟକ! ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର appeared first on Dharitri Odia News.
ଲୁଧିଆନା,୧୧।୧(ଅରୁଣ ସାହୁ):ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ବିଧାୟକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଆପ ବିଧାୟକଙ୍କ ମତ୍ୟୁ କିପରି ହେଲା, ହଠାତ୍ କିପରି ଗୁଳି ବାଜିଲା, ସେ ନିଜକୁ ଗୁଳି କରିଛନ୍ତି ନା ଅନ୍ୟ କେହି ଗୁଳି ଚଳାଇଛନ୍ତି ସେ ବିଷୟରେ ବର୍ତ୍ତମାନ କିଛି କହିହେବ ନାହିଁ।
ଡିସିପି ଜସକରଣ ସିଂହ ତେଜା ଆପ ବିଧାୟକଙ୍କ ମୃତ୍ୟୁର ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି, ତାଙ୍କୁ ମୃତ ଅବସ୍ଥାରେ ଡିଏମସି ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମର୍ଚ୍ୟୁରୀରେ ରଖାଯାଇଛି। ଏହି ଘଟଣାଟି ରାତି ୧୨ଟାରେ ଘଟିଥିଲା। ଘଟଣା ପୂର୍ବରୁ ସେ ପ୍ରତିଦିନ ପରି ରାତ୍ରୀ ଭୋଜନ କରିଥିଲେ। ପୋଲିସ କମିଶନର କୁଲଦୀପ ଚହଲ ଏବଂ ଡେପୁଟି କମିଶନର ଜିତେନ୍ଦ୍ର ଜୋରୱାଲ ଡିଏମସିଏଚରେ ଉପସ୍ଥିତ ଅଛନ୍ତି। ଆପ ବିଧାୟକଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହର ପୋଷ୍ଟମର୍ଟମ କରାଯିବ।
ଡିସିପି ଜସକରଣ ସିଂହ ତେଜା କହିଛନ୍ତି ପରିବାର ସଦସ୍ୟଙ୍କ ଅନୁଯାୟୀ, ସେ ଭୁଲବଶତଃ ନିଜକୁ ଗୁଳି କରିଦେଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଆପ ବିଧାୟକ ଗୁରୁପ୍ରୀତ ବସ୍ସି ଗୋଗୀଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।
The post ନିଜକୁ ଗୁଳି କଲେ ବିଧାୟକ! ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର appeared first on Dharitri Odia News.