ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ଏସ୍‌ପି ଅଫିସରେ ଆଇଜି ହିମାଂଶୁ ଲାଲ କଲେ ସମୀକ୍ଷା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣାକୁ ୭ ଦିନ ବିତିଯାଇ ଥିଲେ ମଧ୍ୟ ପୋଲିସ ହାତ ଖାଲି ପଡ଼ିଛି। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପୋଲିସର ଅପାରଗତା ପ୍ରତିବାଦରେ ଆସନ୍ତା ୨୧ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ବରଗଡ଼ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ରବିବାର ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବରଗଡ଼ ଏସପିଙ୍କ କାର୍ଯ୍ୟାଳୟକୁ ଆସି ଉକ୍ତ […] The post ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ଏସ୍‌ପି ଅଫିସରେ ଆଇଜି ହିମାଂଶୁ ଲାଲ କଲେ ସମୀକ୍ଷା appeared first on Dharitri Odia News.

ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ଏସ୍‌ପି ଅଫିସରେ ଆଇଜି ହିମାଂଶୁ ଲାଲ କଲେ ସମୀକ୍ଷା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣାକୁ ୭ ଦିନ ବିତିଯାଇ ଥିଲେ ମଧ୍ୟ ପୋଲିସ ହାତ ଖାଲି ପଡ଼ିଛି। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପୋଲିସର ଅପାରଗତା ପ୍ରତିବାଦରେ ଆସନ୍ତା ୨୧ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ବରଗଡ଼ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି।

ରବିବାର ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବରଗଡ଼ ଏସପିଙ୍କ କାର୍ଯ୍ୟାଳୟକୁ ଆସି ଉକ୍ତ ମାମଲା ଉପରେ ସମୀକ୍ଷା କରିଛନ୍ତି। ସମୀକ୍ଷା ସମୟରେ ବରଗଡ଼ ଏସ୍‌ପି ପ୍ରହଲ୍ଳାଦ ସହାୟ ମୀନା, ପଦ୍ମପୁର ଏସ୍‌ଡିପିଓ ଅମ୍ରିତପାଲ କୌର ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ଜଣିଆ ଟିମ୍‌ ଗଠନ କରାଯାଇଛି ଏବଂ ସେହି ଟିମ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇଥିବା ଆଇଜି କହିଛନ୍ତି।

The post ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ଏସ୍‌ପି ଅଫିସରେ ଆଇଜି ହିମାଂଶୁ ଲାଲ କଲେ ସମୀକ୍ଷା appeared first on Dharitri Odia News.