ଶୀତରେ ଥରୁଛି ଦାରିଙ୍ଗବାଡି: ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୨୩ ।୧୧(ଅରୁଣ ସାହୁ):ସମଗ୍ର କନ୍ଧମାଳ ଜିଲାରେ ଏବେ ଅସହ୍ୟ ଜାଡ଼ ଅନୁଭୂତ ହେଉଛି। ଜିଲାର ଦାରିଙ୍ଗବାଡି ବ୍ଲକ ରେ ମଧ୍ୟ ଏହାର ଅଧିକା ପ୍ରଭାବ ଦେଖିବାକୁ ମିଳୁଛି। ତାପମାତ୍ରା ଦିନକୁ ଦିନ ତଳ ମୁହାଁ ହେଉଥିବା ବେଳେ ୧୦ ଡିଗ୍ରୀ ପାଖାପାଖି ରହିଛି। ଅସହ୍ୟ ଶୀତ ସହ ପାଣି ଜାଡ଼ ଯୋଗୁ ପାଣିରେ ହାତ ଦେବା ମଧ୍ୟ କଷ୍ଟ ହୋଇପଡୁଥିବା ଜଣାପଡିଛି। ଶୀତ ଯୋଗୁ ସକାଳୁ ଲୋକମାନେ ବିଭିନ୍ନ କାମଧନ୍ଦାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। […] The post ଶୀତରେ ଥରୁଛି ଦାରିଙ୍ଗବାଡି: ଘରୁ ବାହାରିବା ମୁସ୍କିଲ appeared first on Dharitri Odia News.

ଶୀତରେ ଥରୁଛି ଦାରିଙ୍ଗବାଡି: ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୨୩ ।୧୧(ଅରୁଣ ସାହୁ):ସମଗ୍ର କନ୍ଧମାଳ ଜିଲାରେ ଏବେ ଅସହ୍ୟ ଜାଡ଼ ଅନୁଭୂତ ହେଉଛି। ଜିଲାର ଦାରିଙ୍ଗବାଡି ବ୍ଲକ ରେ ମଧ୍ୟ ଏହାର ଅଧିକା ପ୍ରଭାବ ଦେଖିବାକୁ ମିଳୁଛି। ତାପମାତ୍ରା ଦିନକୁ ଦିନ ତଳ ମୁହାଁ ହେଉଥିବା ବେଳେ ୧୦ ଡିଗ୍ରୀ ପାଖାପାଖି ରହିଛି। ଅସହ୍ୟ ଶୀତ ସହ ପାଣି ଜାଡ଼ ଯୋଗୁ ପାଣିରେ ହାତ ଦେବା ମଧ୍ୟ କଷ୍ଟ ହୋଇପଡୁଥିବା ଜଣାପଡିଛି। ଶୀତ ଯୋଗୁ ସକାଳୁ ଲୋକମାନେ ବିଭିନ୍ନ କାମଧନ୍ଦାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଶୀତରୁ ମୁକ୍ତି ପାଇବା ପାଇଁ ସବୁଠି ଲୋକ ନିଆଁପୁଇଁ ହେଉଥିବା ଦେଖିବାକୁ ମିଳିଛି। ଶୀତରୁ ରକ୍ଷା ପାଇବା ପାଇଁ ଚା’ଦୋକାନ ଗୁଡିକରେ ମଧ୍ୟ ଭିଡ଼ ଜମୁଛି। ପର୍ଯ୍ୟଟକ ଦୈନିକ ଦାରିଙ୍ଗବାଡି ଆସି ବଣ ଭୋଜି କରିବା ସହ ଶୀତର ମଜା ନେଉଛନ୍ତି।

ସୂଚନାଯୋଗ୍ୟ ଯେ, ପାଗ ଶୁଖିଲା ରହିଲେ ଅଧିକା ଶୀତ ହେଉଥିବା ବେଳେ ମଝିରେ ମଝିରେ ପାଗ ମେଘୁଆ ଯୋଗୁ ଶୀତ କମିଯାଉଛି। ଫଳରେ ପର୍ଯ୍ୟଟକ ନିରାଶ ହେଉଛନ୍ତି।

The post ଶୀତରେ ଥରୁଛି ଦାରିଙ୍ଗବାଡି: ଘରୁ ବାହାରିବା ମୁସ୍କିଲ appeared first on Dharitri Odia News.