ପାକିସ୍ତାନରୁ ଆସୁଛି +୯୨ ନମ୍ବରରୁ ହ୍ୱାଟ୍ସଆପ୍ କଲ୍

ସାଇବର ଅପରାଧୀ ମାନେ ବିଭିନ୍ନ ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟୁଛନ୍ତି

ପାକିସ୍ତାନରୁ ଆସୁଛି +୯୨ ନମ୍ବରରୁ ହ୍ୱାଟ୍ସଆପ୍ କଲ୍

+୯୨ ନମ୍ବରରୁ କଲ୍ ଆସିଲେ ସାବଧାନ ହୋଇଯାନ୍ତୁ। ନଚେତ୍‌ ଗୋଟେ ବଡ଼ ଠକେଇର ଶିକାର ହୋଇପାରନ୍ତି। ସୁରକ୍ଷାକୁ ନେଇ ସୂଚନା ଜାରି କଲା କମିଶନରେଟ୍ ପୁଲିସ।

ଠକେଇରୁ ବର୍ତ୍ତିବାକୁ ସତର୍କ କରାଇଲା ପୁଲିସ। ପାକିସ୍ତାନ ନମ୍ବର ହ୍ୱାଟ୍ସଆପ୍ କଲ ଆସିଲେ ସାବଧାନ ରହିବାକୁ ପରାମର୍ଶ ଦେଇଛି ପୁଲିସ। +୯୨ ନମ୍ବରରୁ କଲ୍‌ରୁ ଦୂରେଇ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି। ସାଇବର ଅପରାଧୀ ମାନେ ବିଭିନ୍ନ ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟୁଛନ୍ତି।

+୯୨ ନମ୍ବରରେ କଲ କରି ନିଜକୁ ପୁଲିସ ଅଧିକାରୀର ପରିଚୟ ଦେଉଛନ୍ତି। ଆଉ କହୁଛନ୍ତି, ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟୁଥିବା ନେଇ ଅଭିଯୋଗ ହେଇଛି। ଏଥିଲାଗି ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ପୁଲିସ ବିଭାଗ ଅପିଲ କରିଛି।