ମେଘୁଆ ପାଗ ଦେଖୁ ଜୁଆ ଖେଳୁଥିଲେ, ମାଡି ବସିଲା ପୁଲିସ୍‌

ବାତ୍ୟା ‘ଦାନା’ ପ୍ରଭାବରେ ବୀରମିତ୍ରପୁର ପୌରାଞ୍ଚଳରେ ମେଘୁଆ ପାଖ ଦେଖାଦେଇଛି। ଏହାର ସୁଯୋଗ ନେଇ ଉପର ମାର୍କେଟ ଅଞ୍ଚଳରେ ଜୁଆ ଖେଳୁଥିଲେ କିଛି ଅସାମାଜିକ ଯୁବକ।

ମେଘୁଆ ପାଗ ଦେଖୁ ଜୁଆ ଖେଳୁଥିଲେ, ମାଡି ବସିଲା ପୁଲିସ୍‌

ମେଘୁଆ ପାଗ ଦେଖି ଜୁଆଡ଼ିମାନେ ମାର୍କେଟ ଭିତରେ ଖୋଲମ୍‌ଖୋଲା ଜୁଆ ଖେଳୁଥିଲେ। ଏ ସମ୍ପର୍କରେ ଖବର ପାଇ ପୁଲିସ୍‌ ଚଢ଼ଉ କରି ୨୬ରୁ ଅଧିକ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଛି। ଏଥିସହ ୭୨ ହଜାରରୁ ଅଧିକ ଟଙ୍କା ଜବତ କରିଛି। ଏପରି ଖବର ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳରୁ ଆସିଛି।

ବାତ୍ୟା ‘ଦାନା’ ପ୍ରଭାବରେ ବୀରମିତ୍ରପୁର ପୌରାଞ୍ଚଳରେ ମେଘୁଆ ପାଖ ଦେଖାଦେଇଛି। ଏହାର ସୁଯୋଗ ନେଇ ଉପର ମାର୍କେଟ ଅଞ୍ଚଳରେ ଜୁଆ ଖେଳୁଥିଲେ କିଛି ଅସାମାଜିକ ଯୁବକ। ଏ ସମ୍ପର୍କରେ ଖବର ପାଇ ଏସ୍‌ଡିପିଓ ସୁଶାନ୍ତ ଦାସଙ୍କ ତତ୍ତ୍ଵାବଧାନରେ ଏକ ଟିମ୍‌ ସେଠାରେ ଚଢଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍‌କୁ ଦେଖି ଜୁଆଡିମାନେ ପଳାଇ ଯାଉଥିଲେ। ହେଲେ ପୁଲିସ୍‌ ଗୋଡ଼ାଇ ଗୋଡ଼ାଇ ୨୬ ଜଣ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ପୁଲିସ୍‌ ନଗଦ ୭୨ ହଜାର ୫ ଶହ ଟଙ୍କା, ୧୮ଟି ମୋବାଇଲ, ୫ଟି ବାଇକ ସହ ଜୁଆ ଖେଳରେ ବ୍ୟବହୃତ ତାସ୍‌ ବିଡା ଜବତ କରିଛି।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲା ବୀରମିତ୍ରପୁରର ବିଭିନ୍ନ ଅଞ୍ଚଳରେ ଜୁଆ ଖେଳ ଚାଲିଥିଲା। ଜୁଆଡ଼ିମାରେ ଘରର ଆସବାବ ଜିନିଷ ବିକି ଓ ବନ୍ଧକ ରଖି ଜୁଆ ଖେଳୁଥିଲେ। ଯେଉଁଥିପାଇଁ ପରିବାର ଭିତରେ ଅଶାନ୍ତିର ବାତା ବରଣ ସୃଷ୍ଟି ହେଉଥିଲା। ଏ ସମ୍ପର୍କରେ ପୁଲିସ୍‌ ପାଖରେ ଅଭିଯୋଗ ହେଉଥିଲା। ହେଲେ ପ୍ରମାଣ ଅଭାରୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଗତକାଲି ଜୁଆ ଖେଳ ଚାଲିଥିବା ବେଳେ ପୁଲିସ୍‌ ଚଢ଼ଉ କରି ଜୁଆଡିମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆଉ କିଛି ଜୁଆଡି ଚମ୍ପଟ ମାରିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି।

ରିପୋର୍ଟ- ବୀରମିତ୍ରପୁରରୁ ରାକେଶ ସାହୁ