ପାଳକୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା, ତଦନ୍ତ କଲା ପୋଲିସ

ଲାଞ୍ଜିଗଡ଼, ୧୨ା୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ମଙ୍ଗଳବାର ନିଆଁଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନାକ୍ରମେ ତାଳବୋରା ଗାଁର କତାନା ମାଝୀ ଓ ସୁଶାରୀ ମାଝୀଙ୍କ ୫ ବର୍ଷର ଝିଅ ଦୀପ୍ତି ମାଝୀ ଓ ୪ ବର୍ଷର ପୁଅ କାର୍ତ୍ତିକ ମାଝୀ ନିଜ ଆଈ ସମ୍ବାରୀ ମାଝୀଙ୍କ ସହିତ ଗାଁ ନିକଟରେ ଥିବା କାନ୍ଦୁଲ ଗୁଡ଼ିଆକୁ […] The post ପାଳକୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା, ତଦନ୍ତ କଲା ପୋଲିସ appeared first on Dharitri Odia News.

ପାଳକୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା, ତଦନ୍ତ କଲା ପୋଲିସ

ଲାଞ୍ଜିଗଡ଼, ୧୨ା୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ମଙ୍ଗଳବାର ନିଆଁଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନାକ୍ରମେ ତାଳବୋରା ଗାଁର କତାନା ମାଝୀ ଓ ସୁଶାରୀ ମାଝୀଙ୍କ ୫ ବର୍ଷର ଝିଅ ଦୀପ୍ତି ମାଝୀ ଓ ୪ ବର୍ଷର ପୁଅ କାର୍ତ୍ତିକ ମାଝୀ ନିଜ ଆଈ ସମ୍ବାରୀ ମାଝୀଙ୍କ ସହିତ ଗାଁ ନିକଟରେ ଥିବା କାନ୍ଦୁଲ ଗୁଡ଼ିଆକୁ ଯାଇଥିଲେ। ସେଠାରେ ଥିବା ଏକ ପାଳକୁଡ଼ିଆରେ ଦୁଇ ଶିଶୁଙ୍କୁ ଛାଡ଼ି ଆଈ ସମ୍ବାରୀ କାଠ ସଂଗ୍ରହ କରୁଥିଲେ। ଏହି ସମୟରେ ପାଳକୁଡ଼ିଆ ସାମ୍ନାରେ ପୂର୍ବରୁ ଲାଗିଥିବା ନିଆଁ ଝୁଲ ପବନରେ ଉଡି କୁଡିଆରେ ନିଆଁ ଲାଗି ଯାଇଥିଲା। ଚିତ୍କାର ଶୁଣି ସମ୍ବାରୀ ଆସିଲା ବେଳକୁ ଦୁଇଶିଶୁ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ। ବୁଧବାର ଲାଞ୍ଜିଗଡ ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ଓ ବିଜେପୁର ଥାନା ଅଧିକାରୀ ବିଶ୍ୱମ୍ବର କହଁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଉଭୟ ଅଧିକାରୀ ପଚାରିବାରୁ ମା’ବାପା ପବନରେ ଉଡି ନିଆଁ ଲାଗିଥିବାବେଳେ ଏହା ଏକ ଦୁର୍ଘଟଣା ବୋଲି ପ୍ରକାଶ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

The post ପାଳକୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା, ତଦନ୍ତ କଲା ପୋଲିସ appeared first on Dharitri Odia News.