ଏମ୍‌କେସିଜି ମେଡିକାଲ ପରିସରରୁ ମିଳିଲା ଗଳିତ ମୃତଦେହ

ବ୍ରହ୍ମପୁର, ୧୫ା୭( ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହତ୍ୟା, ବଳାତ୍କାର ଓ ଲୁଟ ଆଦି ଅପରାଧ ଘଟୁଛି। ମଙ୍ଗଳବାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏମକେସିଜି ମେଡିକାଲ ପରିସରରେ ଥିବା ଖେଳପଡିଆ ସମ୍ମୁଖ ହେଟାବନ୍ଧ ଚଲାରାସ୍ତା କଡରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି। ତାଙ୍କର ଦୁଇ ପାପୁଲି ଓ ପାଦର କିଛି ଅଂଶ ନାହିଁ। ଅପରାଧୀମାନେ ପ୍ରମାଣ ନଷ୍ଟ ପାଇଁ ଯୁବକଙ୍କୁ ହତ୍ୟା ପରେ ତାଙ୍କ […] The post ଏମ୍‌କେସିଜି ମେଡିକାଲ ପରିସରରୁ ମିଳିଲା ଗଳିତ ମୃତଦେହ appeared first on Dharitri Odia News.

ଏମ୍‌କେସିଜି ମେଡିକାଲ ପରିସରରୁ ମିଳିଲା ଗଳିତ ମୃତଦେହ

ବ୍ରହ୍ମପୁର, ୧୫ା୭( ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହତ୍ୟା, ବଳାତ୍କାର ଓ ଲୁଟ ଆଦି ଅପରାଧ ଘଟୁଛି। ମଙ୍ଗଳବାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏମକେସିଜି ମେଡିକାଲ ପରିସରରେ ଥିବା ଖେଳପଡିଆ ସମ୍ମୁଖ ହେଟାବନ୍ଧ ଚଲାରାସ୍ତା କଡରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି।

ତାଙ୍କର ଦୁଇ ପାପୁଲି ଓ ପାଦର କିଛି ଅଂଶ ନାହିଁ। ଅପରାଧୀମାନେ ପ୍ରମାଣ ନଷ୍ଟ ପାଇଁ ଯୁବକଙ୍କୁ ହତ୍ୟା ପରେ ତାଙ୍କ ଶରୀରରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିବା ମୃତଦେହ ପଞ୍ଚନାମା ବେଳେ ଜଣାପଡ଼ିଛି। ପାରିପାର୍ଶିକ ସ୍ଥିତିରୁ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

ସୋମବାର ବିଳମ୍ବିତ ରାତିରେ ମୃତଦେହକୁ ସେଠାରେ ପକାଇ ଅପରାଧୀମାନେ ଚମ୍ପଟ ମାରିଛନ୍ତି। ପୋଲିସ ମେଡିକାଲର ବିଭିନ୍ନ ପ୍ରବେଶ ପଥରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଚାଲିଛି। ଅଶୋକନଗର ଅଞ୍ଚଳର ଜଣେ ଯୁବକ କିଛିଦିନ ହେଲା ନିଖୋଜ ରହିଥିବା ପୋଲିସ ଜାଣିବା ପରେ ତାଙ୍କ ପରିବାର ସହ ଯୋଗାଯୋଗ କରିଛି। ହେଲେ ମୃତଦେହ ନଷ୍ଟ ହୋଇ ଯାଇଥିବା ଓ ମୁହଁଟି ପୋଡି ଯାଇଥିବାରୁ ଚିହ୍ନଟ ହୋପାରିନାହିଁ। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ଏମ୍‌କେସିଜିରେ ସଂରକ୍ଷିତ ରଖାଯାଇଛି। ମୃତଦେହ ଚିହ୍ନଟ ହେବା ପରେ ହତ୍ୟାର କାରଣ ଜଣାପଡିବ ବୋଲି କହିଛି।

The post ଏମ୍‌କେସିଜି ମେଡିକାଲ ପରିସରରୁ ମିଳିଲା ଗଳିତ ମୃତଦେହ appeared first on Dharitri Odia News.