ମାଓବାଦୀ-ଯବାନ ଛକାପଞ୍ଝା : ସୀମାନ୍ତରୁ ଜୀବନ୍ତ ଆଇଇଡ଼ି ଜବତ
ରାଉରକେଲା,୨୫।୧(ସଙ୍ଗୀତା ଜେନା): ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷାବଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ସପ୍ତାହକ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଜୀବନ୍ତ ଆଇଇଡ଼ି ଜବତ କରାଗଲାଣି। ଏହି କ୍ରମରେ ବୁଧବାର ଅପରାହ୍ନରେ ଟୋଣ୍ଟୋ ଥାନା ଗ୍ରାମ ତୁମ୍ବାହାକା ନିକଟ ଜଙ୍ଗଲରେ କୋମ୍ବିଂ ଅପରେଶନ ଚାଲିଥିବା ବେଳେ ଜୀବନ୍ତ ଆଇଇଡ଼ି ଜବତ ହୋଇଛି। ସେହିପରି ଗୋଇଲକେରା ଥାନା ବନଗ୍ରାମ ହୁସିପି, ଲେମସାଡ଼ିହି ଓ ହାଥିବୁରୁ ନିକଟ ଜଙ୍ଗଲ ଓ ପାହାଡ ଅଞ୍ଚଳରେ ୨ଟି ଆଇଇଡ଼ି କଚାରାସ୍ତାରେ […] The post ମାଓବାଦୀ-ଯବାନ ଛକାପଞ୍ଝା : ସୀମାନ୍ତରୁ ଜୀବନ୍ତ ଆଇଇଡ଼ି ଜବତ appeared first on Dharitri Odia News.
ରାଉରକେଲା,୨୫।୧(ସଙ୍ଗୀତା ଜେନା): ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷାବଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ସପ୍ତାହକ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଜୀବନ୍ତ ଆଇଇଡ଼ି ଜବତ କରାଗଲାଣି। ଏହି କ୍ରମରେ ବୁଧବାର ଅପରାହ୍ନରେ ଟୋଣ୍ଟୋ ଥାନା ଗ୍ରାମ ତୁମ୍ବାହାକା ନିକଟ ଜଙ୍ଗଲରେ କୋମ୍ବିଂ ଅପରେଶନ ଚାଲିଥିବା ବେଳେ ଜୀବନ୍ତ ଆଇଇଡ଼ି ଜବତ ହୋଇଛି।
ସେହିପରି ଗୋଇଲକେରା ଥାନା ବନଗ୍ରାମ ହୁସିପି, ଲେମସାଡ଼ିହି ଓ ହାଥିବୁରୁ ନିକଟ ଜଙ୍ଗଲ ଓ ପାହାଡ ଅଞ୍ଚଳରେ ୨ଟି ଆଇଇଡ଼ି କଚାରାସ୍ତାରେ ପୋତାଯାଇଥିଲା। ଏହାକୁ ଜବତ କରି ବମ୍ ନିରୋଧକ ଟିମ୍ ଦ୍ୱାରା ନଷ୍ଟ କରାଯାଇଛି। ଉକ୍ତ ଅଞ୍ଚଚରେ ଆଇଇଡ଼ି ସହ ୫ଟି ଲୁହା ତୀରକୁ ସୁରକ୍ଷାବଳ ଜବତ କରିଛି।
The post ମାଓବାଦୀ-ଯବାନ ଛକାପଞ୍ଝା : ସୀମାନ୍ତରୁ ଜୀବନ୍ତ ଆଇଇଡ଼ି ଜବତ appeared first on Dharitri Odia News.