୧୨୫ କଏଦୀ HIV ପଜିଟିଭ ଚିହ୍ନଟ, ୨୦୦ ସିଫିଲିସ୍ରେ ଆକ୍ରାନ୍ତ: ତିହାର ଜେଲରୁ ଆସିଲା ଚାଞ୍ଚଲ୍ୟକର ଖବର
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରୁ ଆସିଛି ଚାଞ୍ଚଲ୍ୟକର ଖବର। ଏଠାରେ ୧୨୫ କଏଦୀ HIVରେ ଆକ୍ରାନ୍ତ। ଦିଲ୍ଲୀର ତିହାର ଜେଲରେ ତିହାର, ରୋହିଣୀ ଏବଂ ମାଣ୍ଡୋଲି ନାମକ ୩ଟି ଜେଲ ଅଛି। ସଂକ୍ରମିତ ହୋଇଥିବା କଏଦୀମାନେ ଏହି ତିନୋଟି ଜେଲରେ ଅଛନ୍ତି। HIV ପଜିଟିଭ କଏଦୀମାନେ ନୂଆ ନୁହଁନ୍ତି, ସେମାନେ ପୂର୍ବରୁ ଏଡସରେ ପୀଡିତ। ୨୦୦ କଏଦୀଙ୍କ ଠାରେ ସିଫିଲିସ୍ ଦେଖିବାକୁ ମିଳିଛି। ଏହାକୁ ନେଇ ଜେଲ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି।ସୂଚନା ଅନୁଯାୟୀ, ତିହାରରେ ପ୍ରାୟ ୧୦,୫୦୦ କଏଦୀଙ୍କ ଡାକ୍ତରୀ ସ୍କ୍ରିନିଂ କରାଯାଇଥିଲା। ଏହି ଜେଲରେ ପ୍ରାୟ ୧୪ ହଜାର କଏଦୀ ଅଛନ୍ତି। କଏଦୀମାନଙ୍କ ଚିକିତ୍ସା ସ୍କ୍ରିନିଂ ତିହାର ଜେଲରେ କରାଯାଏ। ନିକଟରେ ନୂତନ ଡିଜି ସତୀଶ ଗୋଲଚା ତିହାର ଜେଲର ଦାୟିତ୍ୱ ଗ୍ରହଣ କରିବା ପରେ ମେ ଏବଂ ଜୁନ୍ ମାସରେ ଏହି କଏଦୀଙ୍କ ଡାକ୍ତରୀ ଯାଞ୍ଚ କରାଯାଇଥିଲା।୧୦୫୦୦ କଏଦୀଙ୍କ ଏଚ୍.ଆଇ.ଭି ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ୧୨୫ ଜଣ କଏଦୀ ଏଚ୍ଆଇଭିରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏହାର ଅର୍ଥ ହେଉଛି ୧୨୫ ଜଣ କଏଦୀଙ୍କୁ AIDS ଥିବା ଜଣାପଡିଛି। ସବୁଠୁ ବଡ଼ କଥା ହେଲା ଯେତେବେଳେ ଏହି ବନ୍ଦୀମାନେ ବାହାରୁ ଜେଲକୁ ଆସିଥିଲେ, ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା ଏବଂ ସେତେବେଳେ ମଧ୍ୟ କିଛି ଏଚ୍ଆଇଭି ପଜିଟିଭ୍ ଥିଲେ।
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରୁ ଆସିଛି ଚାଞ୍ଚଲ୍ୟକର ଖବର। ଏଠାରେ ୧୨୫ କଏଦୀ HIVରେ ଆକ୍ରାନ୍ତ। ଦିଲ୍ଲୀର ତିହାର ଜେଲରେ ତିହାର, ରୋହିଣୀ ଏବଂ ମାଣ୍ଡୋଲି ନାମକ ୩ଟି ଜେଲ ଅଛି। ସଂକ୍ରମିତ ହୋଇଥିବା କଏଦୀମାନେ ଏହି ତିନୋଟି ଜେଲରେ ଅଛନ୍ତି। HIV ପଜିଟିଭ କଏଦୀମାନେ ନୂଆ ନୁହଁନ୍ତି, ସେମାନେ ପୂର୍ବରୁ ଏଡସରେ ପୀଡିତ। ୨୦୦ କଏଦୀଙ୍କ ଠାରେ ସିଫିଲିସ୍ ଦେଖିବାକୁ ମିଳିଛି। ଏହାକୁ ନେଇ ଜେଲ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି।
ସୂଚନା ଅନୁଯାୟୀ, ତିହାରରେ ପ୍ରାୟ ୧୦,୫୦୦ କଏଦୀଙ୍କ ଡାକ୍ତରୀ ସ୍କ୍ରିନିଂ କରାଯାଇଥିଲା। ଏହି ଜେଲରେ ପ୍ରାୟ ୧୪ ହଜାର କଏଦୀ ଅଛନ୍ତି। କଏଦୀମାନଙ୍କ ଚିକିତ୍ସା ସ୍କ୍ରିନିଂ ତିହାର ଜେଲରେ କରାଯାଏ। ନିକଟରେ ନୂତନ ଡିଜି ସତୀଶ ଗୋଲଚା ତିହାର ଜେଲର ଦାୟିତ୍ୱ ଗ୍ରହଣ କରିବା ପରେ ମେ ଏବଂ ଜୁନ୍ ମାସରେ ଏହି କଏଦୀଙ୍କ ଡାକ୍ତରୀ ଯାଞ୍ଚ କରାଯାଇଥିଲା।
୧୦୫୦୦ କଏଦୀଙ୍କ ଏଚ୍.ଆଇ.ଭି ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ୧୨୫ ଜଣ କଏଦୀ ଏଚ୍ଆଇଭିରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏହାର ଅର୍ଥ ହେଉଛି ୧୨୫ ଜଣ କଏଦୀଙ୍କୁ AIDS ଥିବା ଜଣାପଡିଛି। ସବୁଠୁ ବଡ଼ କଥା ହେଲା ଯେତେବେଳେ ଏହି ବନ୍ଦୀମାନେ ବାହାରୁ ଜେଲକୁ ଆସିଥିଲେ, ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା ଏବଂ ସେତେବେଳେ ମଧ୍ୟ କିଛି ଏଚ୍ଆଇଭି ପଜିଟିଭ୍ ଥିଲେ।