ଅଶୋକ ଚୌହାନ ଯିବା ପରେ କଂଗ୍ରେସକୁ ଲାଗିପାରେ ଆହୁରି ବଡ଼ ଝଟକା, ଦଳୀୟ ବୈଠକକୁ ଆସିଲେନି ୫ ବିଧାୟକ

ନୂଆଦିଲ୍ଲୀ: ଅଶୋକ ଚୌହାନ ବିଜେପିରେ ସାମିଲ ହେବା ପରେ କଂଗ୍ରେସକୁ ଆହୁରି ବଡ଼ ଝଟକା ଲାଗିବାକୁ ଯାଉଥିବା ଜଣାପଡ଼ୁଛି । ପାର୍ଟି ଗୁରୁବାର ସକାଳେ ଏକ ବୈଠକ ଡାକିଥିଲା, ତେବେ ଏହି ବୈଠକରେ ପାଞ୍ଚ ଜଣ ବିଧାୟକ ଅନୁପସ୍ଥିତ ଥିଲେ । ବୈଠକକୁ ଆସି ନଥିବା ୫ ବିଧାୟକଙ୍କ ମଧ୍ୟରୁ ତିନି ଜଣ ଅଶୋକ ଚୌହାନଙ୍କ ଘନିଷ୍ଠ ଏବଂ ସମସ୍ତେ ନାନ୍ଦେଡ଼ର ଥିବା କୁହାଯାଉଛି । ମରାଠାୱାଡାର ଏହି ଅଞ୍ଚଳରେ ଅଶୋକ ଚୌହାନଙ୍କ ପ୍ରଭାବ ଅଧିକ ରହିଛି । ଚୌହାନଙ୍କ ଘନିଷ୍ଠ ବିଧାୟକଙ୍କ ମଧ୍ୟରେ ଜିତେଶ ଅନ୍ତପୁରକର, ମୋହନ ହମବରଡେ, ମାଧବରାଓ ପାୱାର ଜବଲଙ୍ଗାୱକର । ଏମାନଙ୍କ ବ୍ୟକ୍ତିତ ବାବା ସିଦ୍ଦିକୀଙ୍କ ପୁଅ ଜୀଶାନ ସିଦ୍ଦିକୀ ମଧ୍ୟ ସାମିଲ ହୋଇ ନଥିଲେ । ମୁମ୍ୱାଇର ଅନ୍ୟ ଜଣେ ବିଧାୟକ ଅସଲମ ଶେଖ ମଧ୍ୟ ମିଟିଂରେ ଉପସ୍ଥିତ ନଥିଲେ । ପାର୍ଟିର ଅନ୍ୟ ଜଣେ ବିଧାୟକ ସୁଲଭ ଖୋଡକେ ମଧ୍ୟ ବୈଠକକୁ ଆସି ନଥିଲେ । ସେ ଅମରାବତୀ ଆସନରୁ ବିଧାୟକ ଅଛନ୍ତି । କୁହାଯାଉଛି ଯେ ସେ ଖୁବଶୀଘ୍ର ଏନସିପିରେ ସାମିଲ ହୋଇପାରନ୍ତି । ତେବେ କଂଗ୍ରେସର କହିବା ଅନୁସାରେ ସେ ପୂର୍ବରୁ ଆସିପାରିବେ ନାହିଁ ବୋଲି ଜଣାଇଥିଲେ ଏବଂ ଏଥିପାଇଁ ଅନୁମତି ମଧ୍ୟ ନେଇଛନ୍ତି । ତେବେ ଚାରି ଜଣ ବିଧାୟକଙ୍କ ନଆସିବା ଖବରକୁ ପାର୍ଟି ସ୍ୱୀକାର କରିଛି । ପଢନ୍ତୁ: ପାର୍ଟି ବଦଳ ପାଇଁ ଅଶୋକ ଚୌହାନଙ୍କୁ BJPର ପୁରସ୍କାର, ଗୁଜୁରାଟରୁ ରାଜ୍ୟସଭା ଯିବେ ଜେ.ପି ନଡ୍ଡା ବୈଠକରେ କିଛି ବିଧାୟ

ଅଶୋକ ଚୌହାନ ଯିବା ପରେ କଂଗ୍ରେସକୁ ଲାଗିପାରେ ଆହୁରି ବଡ଼ ଝଟକା, ଦଳୀୟ ବୈଠକକୁ ଆସିଲେନି ୫ ବିଧାୟକ

ନୂଆଦିଲ୍ଲୀ: ଅଶୋକ ଚୌହାନ ବିଜେପିରେ ସାମିଲ ହେବା ପରେ କଂଗ୍ରେସକୁ ଆହୁରି ବଡ଼ ଝଟକା ଲାଗିବାକୁ ଯାଉଥିବା ଜଣାପଡ଼ୁଛି । ପାର୍ଟି ଗୁରୁବାର ସକାଳେ ଏକ ବୈଠକ ଡାକିଥିଲା, ତେବେ ଏହି ବୈଠକରେ ପାଞ୍ଚ ଜଣ ବିଧାୟକ ଅନୁପସ୍ଥିତ ଥିଲେ । ବୈଠକକୁ ଆସି ନଥିବା ୫ ବିଧାୟକଙ୍କ ମଧ୍ୟରୁ ତିନି ଜଣ ଅଶୋକ ଚୌହାନଙ୍କ ଘନିଷ୍ଠ ଏବଂ ସମସ୍ତେ ନାନ୍ଦେଡ଼ର ଥିବା କୁହାଯାଉଛି । ମରାଠାୱାଡାର ଏହି ଅଞ୍ଚଳରେ ଅଶୋକ ଚୌହାନଙ୍କ ପ୍ରଭାବ ଅଧିକ ରହିଛି । ଚୌହାନଙ୍କ ଘନିଷ୍ଠ ବିଧାୟକଙ୍କ ମଧ୍ୟରେ ଜିତେଶ ଅନ୍ତପୁରକର, ମୋହନ ହମବରଡେ, ମାଧବରାଓ ପାୱାର ଜବଲଙ୍ଗାୱକର । ଏମାନଙ୍କ ବ୍ୟକ୍ତିତ ବାବା ସିଦ୍ଦିକୀଙ୍କ ପୁଅ ଜୀଶାନ ସିଦ୍ଦିକୀ ମଧ୍ୟ ସାମିଲ ହୋଇ ନଥିଲେ । ମୁମ୍ୱାଇର ଅନ୍ୟ ଜଣେ ବିଧାୟକ ଅସଲମ ଶେଖ ମଧ୍ୟ ମିଟିଂରେ ଉପସ୍ଥିତ ନଥିଲେ ।

ପାର୍ଟିର ଅନ୍ୟ ଜଣେ ବିଧାୟକ ସୁଲଭ ଖୋଡକେ ମଧ୍ୟ ବୈଠକକୁ ଆସି ନଥିଲେ । ସେ ଅମରାବତୀ ଆସନରୁ ବିଧାୟକ ଅଛନ୍ତି । କୁହାଯାଉଛି ଯେ ସେ ଖୁବଶୀଘ୍ର ଏନସିପିରେ ସାମିଲ ହୋଇପାରନ୍ତି । ତେବେ କଂଗ୍ରେସର କହିବା ଅନୁସାରେ ସେ ପୂର୍ବରୁ ଆସିପାରିବେ ନାହିଁ ବୋଲି ଜଣାଇଥିଲେ ଏବଂ ଏଥିପାଇଁ ଅନୁମତି ମଧ୍ୟ ନେଇଛନ୍ତି । ତେବେ ଚାରି ଜଣ ବିଧାୟକଙ୍କ ନଆସିବା ଖବରକୁ ପାର୍ଟି ସ୍ୱୀକାର କରିଛି ।

ପଢନ୍ତୁ: ପାର୍ଟି ବଦଳ ପାଇଁ ଅଶୋକ ଚୌହାନଙ୍କୁ BJPର ପୁରସ୍କାର, ଗୁଜୁରାଟରୁ ରାଜ୍ୟସଭା ଯିବେ ଜେ.ପି ନଡ୍ଡା

ବୈଠକରେ କିଛି ବିଧାୟକଙ୍କ ଅନୁପସ୍ଥିତି ଯୋଗୁଁ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଆଶଙ୍କା ସୃଷ୍ଟି ହୋଇଛି । ତେବେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ନାନା ପଟେଲଙ୍କ କହିବା ଅନୁସାରେ ପାର୍ଟିର ସମସ୍ତ ବିଧାୟକ ଏକଜୁଟ୍ ଅଛନ୍ତି । ଯାହା ରାଜ୍ୟସଭା ନିର୍ବାଚନରେ ଦେଖିପାରିବେ । ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିରେ ସାମିଲ ହୋଇଥିଲେ । ଏହାପରେ ପ୍ରାୟ ଏକ ଡର୍ଜନ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି । ତେବେ ଚୌହାନ କହିଥିଲେ ଯେ ସେ କୌଣସି ବିଧାୟକଙ୍କୁ କଂଗ୍ରେସ ଛାଡ଼ିବା ପାଇଁ କହି ନାହନ୍ତି ।

The post ଅଶୋକ ଚୌହାନ ଯିବା ପରେ କଂଗ୍ରେସକୁ ଲାଗିପାରେ ଆହୁରି ବଡ଼ ଝଟକା, ଦଳୀୟ ବୈଠକକୁ ଆସିଲେନି ୫ ବିଧାୟକ appeared first on Prameya News7.