କେବଳ ଜ୍ୟୋତି ନୁହନ୍ତି ପୁଳାପୁଳା ଟଙ୍କା ଲୋଭରେ ପାକ୍‌-ସ୍ପାଏ ସାଜିଥିଲେ CRPF ଯବାନ: ଦେଉଥିଲେ ସମ୍ବେଦନଶୀଳ…

ନୂଆଦିଲ୍ଲୀ,୫,୨୬: ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ପଡ଼ିଲା ମହଙ୍ଗା। ପାକ୍‌- ସ୍ପାଏ ନେଇ CRPF ଯବାନଙ୍କୁ ଗିରଫ କରାଯାଇଛି। ଦିଲ୍ଲୀରୁ ଗିରଫ କରିଛି NIA। ସୂଚନାଯୋଗ୍ୟ, ଜାତୀୟ ତଦନ୍ତ ସଂସ୍ଥା (NIA) ଦିଲ୍ଲୀରୁ ଜଣେ CRPF ଯବାନଙ୍କୁ ଗିରଫ କରିଛି। ସେ ଦେଶ ସହ ଜଡିତ ସମ୍ବେଦନଶୀଳ ସୂଚନା ପାକିସ୍ତାନକୁ ପଠାଉଥିବା ନେଇ ଅଭିଯୋଗ ହୋଇଛି॥ ଏ ନେଇ ସେ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଥିଲେ। ସେ ଏହି କାମ ପାଇଁ ସୋସିଆଲ ମିଡିଆ ବ୍ୟବହାର […] The post କେବଳ ଜ୍ୟୋତି ନୁହନ୍ତି ପୁଳାପୁଳା ଟଙ୍କା ଲୋଭରେ ପାକ୍‌-ସ୍ପାଏ ସାଜିଥିଲେ CRPF ଯବାନ: ଦେଉଥିଲେ ସମ୍ବେଦନଶୀଳ… appeared first on Dharitri Odia News.

କେବଳ ଜ୍ୟୋତି ନୁହନ୍ତି ପୁଳାପୁଳା ଟଙ୍କା ଲୋଭରେ ପାକ୍‌-ସ୍ପାଏ ସାଜିଥିଲେ CRPF ଯବାନ: ଦେଉଥିଲେ ସମ୍ବେଦନଶୀଳ…

ନୂଆଦିଲ୍ଲୀ,୫,୨୬: ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ପଡ଼ିଲା ମହଙ୍ଗା। ପାକ୍‌- ସ୍ପାଏ ନେଇ CRPF ଯବାନଙ୍କୁ ଗିରଫ କରାଯାଇଛି। ଦିଲ୍ଲୀରୁ ଗିରଫ କରିଛି NIA।

ସୂଚନାଯୋଗ୍ୟ, ଜାତୀୟ ତଦନ୍ତ ସଂସ୍ଥା (NIA) ଦିଲ୍ଲୀରୁ ଜଣେ CRPF ଯବାନଙ୍କୁ ଗିରଫ କରିଛି। ସେ ଦେଶ ସହ ଜଡିତ ସମ୍ବେଦନଶୀଳ ସୂଚନା ପାକିସ୍ତାନକୁ ପଠାଉଥିବା ନେଇ ଅଭିଯୋଗ ହୋଇଛି॥ ଏ ନେଇ ସେ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଥିଲେ। ସେ ଏହି କାମ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିଥିଲେ।
NIA ସିଆରପିଏଫ ଯବାନଙ୍କୁ ପଚରାଉଚରା ଆରମ୍ଭ କରିଛି। ସେ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ସମ୍ପର୍କରେ ଆସିଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ଦେଶ ସହ ଜଡିତ ଗୁପ୍ତ ସୂଚନା ପଠାଇବା ଆରମ୍ଭ କରିଥିଲେ।

ଗିରଫ ହେବା ପରେ, ସିଆରପିଏଫ ନିୟମ ଅନୁଯାୟୀ ଯବାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଅଭିଯୁକ୍ତ ପାକିସ୍ତାନରେ ବସିଥିବା ତାଙ୍କ ହ୍ୟାଣ୍ଡଲରମାନଙ୍କୁ ଅନେକ ସମ୍ବେଦନଶୀଳ ସୂଚନା ପଠାଇଥିଲେ। ଅପରେଶନ ସିନ୍ଦୂର ପରେ ଭାରତରେ ଅନେକ ଗୁପ୍ତଚର ଧରାପଡ଼ିଛନ୍ତି। ଏଥିରେ ସବୁଠାରୁ ଲୋକପ୍ରିୟ ନାମ ହେଉଛି ଜ୍ୟୋତି ମାଲହୋତ୍ରା। YouTuber ଜ୍ୟୋତିଙ୍କ ଉପରେ ପାକିସ୍ତାନକୁ ଗୁପ୍ତଚର ସୂଚନା ପଠାଉଥିବା ଅଭିଯୋଗ ହୋଇଛି। ସେ ଭାରତରେ ଥିବା ପାକିସ୍ତାନ ହାଇକମିଶନ ମାଧ୍ୟମରେ ପାକିସ୍ତାନୀ ଗୋଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କରେ ଆସିଥିଲେ।

The post କେବଳ ଜ୍ୟୋତି ନୁହନ୍ତି ପୁଳାପୁଳା ଟଙ୍କା ଲୋଭରେ ପାକ୍‌-ସ୍ପାଏ ସାଜିଥିଲେ CRPF ଯବାନ: ଦେଉଥିଲେ ସମ୍ବେଦନଶୀଳ… appeared first on Dharitri Odia News.