ଅକାଳରେ ଝଡ଼ିଗଲେ ଦୁଇ ଭଉଣୀ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ
କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧିନସ୍ଥ ପୁରନ୍ଦରପୁର ଗାଁରେ ଦୁଇ ଭଉଣୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଟଙ୍କଧର ମହାରଣାଙ୍କର ମୃତ ଦୁଇ ନାବାଳିକା ଝିଅ ହେଲେ ଇତିଶ୍ରୀ (୪) ଏବଂ ଲିପି (୨)। ୨ ଶିଶୁକନ୍ୟାଙ୍କ ଅକାଳ ମୃତ୍ୟୁ ପରେ ପରିବାର ଓ ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟିବଡୁଛି। ଖବର ଅନୁଯାୟୀ, ଉଭୟ ଭଉଣୀଙ୍କର ହଠାତ୍ ପ୍ରଥମେ ବାନ୍ତି ଓ ପରେ ଝାଡ଼ା ହୋଇଥିଲା। ଅସୁସ୍ଥ ହେବାରୁ ଦୁଇ ଜଣଙ୍କୁ ରାତି […] The post ଅକାଳରେ ଝଡ଼ିଗଲେ ଦୁଇ ଭଉଣୀ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ appeared first on Dharitri Odia News.
କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧିନସ୍ଥ ପୁରନ୍ଦରପୁର ଗାଁରେ ଦୁଇ ଭଉଣୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଟଙ୍କଧର ମହାରଣାଙ୍କର ମୃତ ଦୁଇ ନାବାଳିକା ଝିଅ ହେଲେ ଇତିଶ୍ରୀ (୪) ଏବଂ ଲିପି (୨)। ୨ ଶିଶୁକନ୍ୟାଙ୍କ ଅକାଳ ମୃତ୍ୟୁ ପରେ ପରିବାର ଓ ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟିବଡୁଛି।
ଖବର ଅନୁଯାୟୀ, ଉଭୟ ଭଉଣୀଙ୍କର ହଠାତ୍ ପ୍ରଥମେ ବାନ୍ତି ଓ ପରେ ଝାଡ଼ା ହୋଇଥିଲା। ଅସୁସ୍ଥ ହେବାରୁ ଦୁଇ ଜଣଙ୍କୁ ରାତି ପ୍ରାୟ ୮ ଟା ବେଳେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେମାନଙ୍କ ମଧ୍ୟରୁ ମେଡିକାଲ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଲିପିଙ୍କ ମୃତ୍ୟୁ ଚିକିତ୍ସିତ ଅବସ୍ଥାରେ ରାତି ପ୍ରାୟ ୩ଟାରେ ମୃତ୍ୟୁ ହୋଇଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। କୌଣସି ପ୍ରକାର ଅଖାଦ୍ୟ ଖାଇ ଅଥବା କୌଣସି ବିଶାକ୍ତ ଜୀବ କାମୁଡ଼ିଦେବା କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଏହାକୁ ନେଇ ପରିବାରରେ ଶୋକ ଖେଳି ଯାଇଥିବା ବେଳେ ଗ୍ରାମରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ମେଡିକାଲରେ ମୃତ୍ୟୁବରଣ କରିଥିବା ଶିଶୁର ମୃତ୍ୟୁର କାରଣ ନିମୋନିଆ ବୋଲି ଜଣାପଡ଼ିଛି। ଅନ୍ୟ ଜଣଙ୍କର ମେଡିକାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ସିଡିଏମଓ ଡାକ୍ତର କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି।
The post ଅକାଳରେ ଝଡ଼ିଗଲେ ଦୁଇ ଭଉଣୀ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ appeared first on Dharitri Odia News.