ଆଜି ଆସୁଛନ୍ତି ଜୟଶଙ୍କର, ୫ରେ ଆସିବେ ନଡ୍ଡା
ଭୁବନେଶ୍ୱର, ୪ା୫(ସୁନିତ୍ ମିଶ୍ର): ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଶକ୍ତି ବୃଦ୍ଧି ନିମନ୍ତେ ଭାଜପା କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ଶନିବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀରେ ଯୋଗଦେବା ସହିତ ସାରେ ବୁଦ୍ଧିଜୀବୀ ସମ୍ମିଳନୀକୁ ସମ୍ବୋଧନ କରିବେ। ରବିବାର ଜୟଶଙ୍କର କଟକଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର (୫ ତାରିଖ) […] The post ଆଜି ଆସୁଛନ୍ତି ଜୟଶଙ୍କର, ୫ରେ ଆସିବେ ନଡ୍ଡା appeared first on Dharitri Odia News.
ଭୁବନେଶ୍ୱର, ୪ା୫(ସୁନିତ୍ ମିଶ୍ର): ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଶକ୍ତି ବୃଦ୍ଧି ନିମନ୍ତେ ଭାଜପା କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ଶନିବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀରେ ଯୋଗଦେବା ସହିତ ସାରେ ବୁଦ୍ଧିଜୀବୀ ସମ୍ମିଳନୀକୁ ସମ୍ବୋଧନ କରିବେ। ରବିବାର ଜୟଶଙ୍କର କଟକଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର (୫ ତାରିଖ) ଭୁବନେଶ୍ୱର ଏବଂ କଟକଠାରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବେ। ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ କିମ୍ବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁରୀକୁ ପ୍ରଚାର ଲାଗି ଆସିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
The post ଆଜି ଆସୁଛନ୍ତି ଜୟଶଙ୍କର, ୫ରେ ଆସିବେ ନଡ୍ଡା appeared first on Dharitri Odia News.