ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

ଲିଡ୍ସ,୨୧ା୬: ଟେଷ୍ଟ କ୍ରିକେଟ ଇତିହାସରେ ଭାରତୀୟ ଉଇକେଟକିପର ବ୍ୟାଟର ଭାବେ ସର୍ବାଧିକ ସଂଖ୍ୟକ ଶତକ କରିବାରେ ରିଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିଛନ୍ତି। ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଛକା ମାରି ଶତକ ପୂରଣ କରିଥିଲେ। ସେ ୧୨ ଚୌକା ଓ ୬ ଛକା ସହିତ ୧୩୪ ରନ କରି ପାଭିଲିଅନ ଫେରିଥିଲେ। ଏହା ତାଙ୍କ କ୍ୟାରିୟରର ସପ୍ତମ ଟେଷ୍ଟ ଶତକ ଥିଲା। ଭାରତ ପାଇଁ […] The post ଧୋନୀଙ୍କୁ ପଛରେ ପକାଇଲେ ପନ୍ତ appeared first on Dharitri Odia News.

ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

ଲିଡ୍ସ,୨୧ା୬: ଟେଷ୍ଟ କ୍ରିକେଟ ଇତିହାସରେ ଭାରତୀୟ ଉଇକେଟକିପର ବ୍ୟାଟର ଭାବେ ସର୍ବାଧିକ ସଂଖ୍ୟକ ଶତକ କରିବାରେ ରିଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିଛନ୍ତି।

ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଛକା ମାରି ଶତକ ପୂରଣ କରିଥିଲେ। ସେ ୧୨ ଚୌକା ଓ ୬ ଛକା ସହିତ ୧୩୪ ରନ କରି ପାଭିଲିଅନ ଫେରିଥିଲେ। ଏହା ତାଙ୍କ କ୍ୟାରିୟରର ସପ୍ତମ ଟେଷ୍ଟ ଶତକ ଥିଲା। ଭାରତ ପାଇଁ ୯୦ ଟେଷ୍ଟ ଖେଳିଥିବା ଧୋନୀ ୬ ଶତକ ଓ ୩୩ ଅର୍ଦ୍ଧଶତକ ସହ ୪,୮୭୬ ରନ୍‌ କରିଥିଲେ। ସେ ଏବେ ବି ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ରନ କରିଥିବା ଉଇକେଟ କିପର ବ୍ୟାଟର ହୋଇ ରହିଛନ୍ତି।

ଶତକୀୟ ଇନିଂସ ଅବସରରେ ପନ୍ତ ଟେଷ୍ଟ କ୍ୟାରିୟରରେ ୩ ହଜାର ରନ ପୂରଣ କରିଛନ୍ତି। ଭାରତ ପାଇଁ ସର୍ବାଧିକ ଟେଷ୍ଟ ଶତକ କରିଥିବା ଉଇକେଟକିପର ବ୍ୟାଟରଙ୍କ ତାଲିକାରେ ରିଦ୍ଧିମାନ ଶାହା, ସୟଦ କିରମାନି ଓ ପାରୁଖ ଇଞ୍ଜିନିୟର ଦୁଇଟି ଲେଖାଏ ଶତକ ସହ ମିଳିତ ତୃତୀୟ ସ୍ଥାନରେ ରହିଛନ୍ତି।

The post ଧୋନୀଙ୍କୁ ପଛରେ ପକାଇଲେ ପନ୍ତ appeared first on Dharitri Odia News.