ତାରାତାରିଣୀ ମନ୍ଦିରରୁ ଚୋରି: ପବିତ୍ରତା ଫେରାଇ ଆଣିବା ପାଇଁ ମା’ଙ୍କୁ କରାଗଲା ମହାସ୍ନାନ
ପୁରୁଷୋତ୍ତମପୁର,୮ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ପଶି ଦୁର୍ବୃତ୍ତମାନେ ତାରାତାରିଣୀ ଦୁଇ ଭଉଣୀଙ୍କ ପିନ୍ଧା ଅଳଙ୍କାରକୁ ଲୁଟି ନେଇଥିଲେ। ଯାହାକି ମନ୍ଦିରରେ ଏଭଳି ଅବାଧ ପ୍ରବେଶ ହେତୁ ମା’ଙ୍କ ମନ୍ଦିର ଅପବିତ୍ର ହୋଇପଡ଼ିଛି। ଏଣୁ ଏହାକୁ ଶୁଦ୍ଧ କରି ପବିତ୍ରତା ଫେରାଇ ଆଣିବା ନିମନ୍ତେ ଶୁକ୍ରବାର ପରମ୍ପରା ଅନୁଯାୟୀ ପୂଜାପାଠ ଆରମ୍ଭ ହୋଇଛି। ଜିଲାର ବିଭିନ୍ନ ସ୍ଥାନରୁ ପଣ୍ଡିତ ବ୍ରାହ୍ମଣମାନେ ଯୋଗଦେଇଛନ୍ତି। ସେବାୟତଙ୍କ ପରିବାର ମହିଳାମାନେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀକୁ ଯାଇ […] The post ତାରାତାରିଣୀ ମନ୍ଦିରରୁ ଚୋରି: ପବିତ୍ରତା ଫେରାଇ ଆଣିବା ପାଇଁ ମା’ଙ୍କୁ କରାଗଲା ମହାସ୍ନାନ appeared first on Dharitri Odia News.
ପୁରୁଷୋତ୍ତମପୁର,୮ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ପଶି ଦୁର୍ବୃତ୍ତମାନେ ତାରାତାରିଣୀ ଦୁଇ ଭଉଣୀଙ୍କ ପିନ୍ଧା ଅଳଙ୍କାରକୁ ଲୁଟି ନେଇଥିଲେ। ଯାହାକି ମନ୍ଦିରରେ ଏଭଳି ଅବାଧ ପ୍ରବେଶ ହେତୁ ମା’ଙ୍କ ମନ୍ଦିର ଅପବିତ୍ର ହୋଇପଡ଼ିଛି। ଏଣୁ ଏହାକୁ ଶୁଦ୍ଧ କରି ପବିତ୍ରତା ଫେରାଇ ଆଣିବା ନିମନ୍ତେ ଶୁକ୍ରବାର ପରମ୍ପରା ଅନୁଯାୟୀ ପୂଜାପାଠ ଆରମ୍ଭ ହୋଇଛି। ଜିଲାର ବିଭିନ୍ନ ସ୍ଥାନରୁ ପଣ୍ଡିତ ବ୍ରାହ୍ମଣମାନେ ଯୋଗଦେଇଛନ୍ତି।
ସେବାୟତଙ୍କ ପରିବାର ମହିଳାମାନେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି ପରେ ୧୦୮ କଳସରେ ଜଳ ଧରି ୯୯୯ ପାହାଚ ଚଢ଼ି ପାହାଡ଼ ଉପରେ ଥିବା ମା’ଙ୍କ ମନ୍ଦିରକୁ ଆସିଥିଲେ। ଏହି ଜଳରେ ପ୍ରଥମେ ମା’ଙ୍କ ମହାସ୍ନାନ କରାଯାଇଥିଲା। ସ୍ନାନ ପରେ ମା’ଙ୍କ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଛି। ଏହାପରେ ମା’ ତାରାତାରିଣୀ ଭକ୍ତଙ୍କୁ ଦର୍ଶମନ ଦେବେ। ପୂଜାପାଠ ଯୋଗୁ ଭକ୍ତମାନେ ଦର୍ଶନ କରିବାରେ ବିଳମ୍ବ ଘଟିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଚୋରମାନେ ମା’ଙ୍କୁ ସ୍ପର୍ଶ କରିଥିବା ଯୋଗୁ ମା’ଙ୍କୁ ଏଭଳି ମହାସ୍ନାନ କରାଯାଇଛି।
The post ତାରାତାରିଣୀ ମନ୍ଦିରରୁ ଚୋରି: ପବିତ୍ରତା ଫେରାଇ ଆଣିବା ପାଇଁ ମା’ଙ୍କୁ କରାଗଲା ମହାସ୍ନାନ appeared first on Dharitri Odia News.