ଛତିଶଗଡ଼ରେ ଦୁର୍ଘଟଣା: ୩ ଓଡ଼ିଆ ଶ୍ରମିକ ମୃତ, ୧୨ ଆହତ

କୋଷାଗୁମୁଡା,୧୧।୧୧(ପ୍ରସାଦ ବିଷୋୟୀ): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ଛତିଶଗଡ଼ର ବକାୱଣ୍ଡ ରାଜନଗର ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକଅପ୍‌ ଏବଂ ଟ୍ରାକ୍ଟର ମଧ୍ୟରେ ଦୁର୍ଘଟଣା ଯୋଗୁ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଆହତ ହୋଇଛନ୍ତି। ମୃତ ଶ୍ରମିକମାନେ ହେଲେ କୋଷାଗୁମୁଡ଼ା ବ୍ଲକ୍‌ ଏମ. କେରାଗାଁ ପଞ୍ଚାୟତ ଶିରିଗୁଡ଼ା ଗ୍ରାମର ଧନାଇ ଭତ୍ରା (୪୨), ପୂର୍ଣି ଭତ୍ରା (୫୬) ଓ ଦୟାବତୀ ସରାବୁ(୪୪)। ସୂଚନା ଅନୁଯାୟୀ, ବକାୱଣ୍ଡ ଥାନା […] The post ଛତିଶଗଡ଼ରେ ଦୁର୍ଘଟଣା: ୩ ଓଡ଼ିଆ ଶ୍ରମିକ ମୃତ, ୧୨ ଆହତ appeared first on Dharitri Odia News.

ଛତିଶଗଡ଼ରେ ଦୁର୍ଘଟଣା: ୩ ଓଡ଼ିଆ ଶ୍ରମିକ ମୃତ, ୧୨ ଆହତ

କୋଷାଗୁମୁଡା,୧୧।୧୧(ପ୍ରସାଦ ବିଷୋୟୀ): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ଛତିଶଗଡ଼ର ବକାୱଣ୍ଡ ରାଜନଗର ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକଅପ୍‌ ଏବଂ ଟ୍ରାକ୍ଟର ମଧ୍ୟରେ ଦୁର୍ଘଟଣା ଯୋଗୁ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଆହତ ହୋଇଛନ୍ତି। ମୃତ ଶ୍ରମିକମାନେ ହେଲେ କୋଷାଗୁମୁଡ଼ା ବ୍ଲକ୍‌ ଏମ. କେରାଗାଁ ପଞ୍ଚାୟତ ଶିରିଗୁଡ଼ା ଗ୍ରାମର ଧନାଇ ଭତ୍ରା (୪୨), ପୂର୍ଣି ଭତ୍ରା (୫୬) ଓ ଦୟାବତୀ ସରାବୁ(୪୪)। ସୂଚନା ଅନୁଯାୟୀ, ବକାୱଣ୍ଡ ଥାନା ଅଧୀନ ପଣ୍ଡାନାର ଗୁଜୁରାତି କୃଷି ଫାର୍ମରେ କାମ କରିବା ପାଇଁ ଏମ୍‌.କେରାଗାଁ ପଞ୍ଚାୟତ ଶିରାଗୁଡ଼ା ଗ୍ରାମର ୨୦ରୁ ୨୫ ଶ୍ରମିକ ପ୍ରତିଦିନ ପିକଅପ୍‌ ଭ୍ୟାନ୍‌ ଯୋଗେ ଯାଇଥାନ୍ତି। ଶନିବାର ବିଳମ୍ବିତ ରାତିରେ ଶ୍ରମିକମାନେ କାମ ସାରି ଘରକୁ ଫେରୁଥିବା ସମୟରେ ବକାୱଣ୍ଡ ନିକଟ ରାଜନଗର ନିକଟରେ ଧାନ ଭାର ଆଣୁଥିବା ଟ୍ରାକ୍ଟର ଟ୍ରଲି ସହ ପିକଅପ୍‌ ଧକ୍କା ହେଇଥିଲା। ଘଟଣାସ୍ଥଳରେ ଆହତ ସମସ୍ତ ଶ୍ରମିକଙ୍କୁ ଡିମରାପାଲ ମେଡିକାଲ କଲେଜକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ଆହତମାନେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

The post ଛତିଶଗଡ଼ରେ ଦୁର୍ଘଟଣା: ୩ ଓଡ଼ିଆ ଶ୍ରମିକ ମୃତ, ୧୨ ଆହତ appeared first on Dharitri Odia News.