ରାଜପ୍ରାସାଦରେ ପଶିଲା ଭାଲୁ; ଡାଇନିଂ ରୁମରେ ପଶି ଖାଇଗଲା ସବୁ ଖାଦ୍ୟ

ଭାଲୁ କିପରି ରାଜପ୍ରାସାଦ ଭିତରେ ପଶିଲା, ତାହା ଜଣାପଡ଼ିନାହିଁ।

ରାଜପ୍ରାସାଦରେ ପଶିଲା ଭାଲୁ; ଡାଇନିଂ ରୁମରେ ପଶି ଖାଇଗଲା ସବୁ ଖାଦ୍ୟ

ରାତି ଅଧରେ ରାଜପ୍ରାସାଦ ପଶିଲା ଭାଲୁ। ଏଣେ ତେଣେ ବୁଲିଲା ପରେ ଡାଇନିଂ ରୁମରେ ପଶି ସବୁ ଖାଦ୍ୟ ଖାଇଗଲା। ନୂଆପଡା ଜିଲ୍ଲା ଖଡିଆଳ ସହରର ରାଜମହଲରେ ଏପରି ଘଟଣା ଘଟିଛି। 

ଗତକାଲି ରାତିରେ ଏକ ଭାଲୁ ଖଡିଆଳ ରାଜପ୍ରାସାଦକୁ ପଶିଯାଇଥିଲା। ପରେ ରାଜପ୍ରାସାଦ ଭିତରେ ପଶି ଏଣେତେଣେ ବୁଲିଥିଲା।  ଡାଇନିଂ ରୁମରେ ପଶି ସେଠାରେ ଥିବା ସବୁ ଖାଦ୍ୟ ଭାଲୁ ଖାଇ ଦେଇଥିଲା। ଦେଢ ଘଣ୍ଟା କାଳ ରାଜମହଲରେ ଉତ୍ପାତ ମଚାଇଥିଲା ଭାଲୁ ।

ଭାଲୁକୁ ଦେଖି ରାଜପ୍ରାସାଦରେ ଥିବା ସବୁ ସଦସ୍ୟ ଭୟଭୀତ ହୋଇ ପଡ଼ିଥିଲେ। ସମସ୍ତ ଗୋଟିଏ ସ୍ଥାନରେ ଲୁଚି ରହି ସବୁ ଦେଖୁଥିଲେ। ଏହାସହ ବନ ବିଭାଗକୁ ଖବର ଦେଇଥିଲେ।

ଭାଲୁକୁ ଧରିବା ପାଇଁ ବନ ବିଭାଗ, ପୁଲିସ ଓ ଅଗ୍ନିଶମ ବାହିନୀ ରାଜପ୍ରାସାଦରେ ପହଞ୍ଚିଥିଲେ। ବହୁ କଷ୍ଟରେ ଭାଲୁକୁ କାବୁ ଥିଲେ। ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦିଆଯାଇଥିଲା। ଏହି ଖବର ଚାରିଆଡେ ପ୍ରସାରିତ ହେବାପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଭାଲୁ କିପରି ରାଜପ୍ରାସାଦ ଭିତରେ ପଶିଲା, ତାହା ଜଣାପଡ଼ିନାହିଁ।