ରାଞ୍ଚି ଟେଷ୍ଟରେ ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ

ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି। ଜସପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ଆକାଶ ଦୀପ ଆସିଛନ୍ତି। ଏହି ଟେଷ୍ଟରୁ ଜସପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି। ଏଭଳି ପରିସ୍ଥିତିରେ ଆରସିବି ଦ୍ରୁତ ବୋଲର ଆକାଶ ଦୀପଙ୍କୁ ତାଙ୍କ ସ୍ଥାନରେ ଡେବ୍ୟୁ ନିଆଯାଉଛି। ସେ ଟେଷ୍ଟ […] The post ରାଞ୍ଚି ଟେଷ୍ଟରେ ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ appeared first on Dharitri Odia News.

ରାଞ୍ଚି ଟେଷ୍ଟରେ ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ

ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି। ଜସପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ଆକାଶ ଦୀପ ଆସିଛନ୍ତି।
ଏହି ଟେଷ୍ଟରୁ ଜସପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି। ଏଭଳି ପରିସ୍ଥିତିରେ ଆରସିବି ଦ୍ରୁତ ବୋଲର ଆକାଶ ଦୀପଙ୍କୁ ତାଙ୍କ ସ୍ଥାନରେ ଡେବ୍ୟୁ ନିଆଯାଉଛି। ସେ ଟେଷ୍ଟ ଡେବ୍ୟୁ କ୍ୟାପ ପାଇବା ପାଇଁ ଭାରତର ୩୧୩ ତମ ଖେଳାଳି। ଘରୋଇ କ୍ରିକେଟରେ ଆକାଶ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଡେବ୍ୟୁ କ୍ୟାପ ପ୍ରଦାନ କରିଥିଲେ। ତାଙ୍କ ଡେବ୍ୟୁରେ ଆକାଶଙ୍କ ମା’ ମଧ୍ୟ ଉପସ୍ଥିତ ଥିଲେ। ଆକାଶ ତାଙ୍କୁ ଆଲିଙ୍ଗନ କରି ଭାବପ୍ରବଣ ହେଲେ। ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ଆକାଶ ୧୦୪ ଉଇକେଟ ନେଇଛନ୍ତି।

The post ରାଞ୍ଚି ଟେଷ୍ଟରେ ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ appeared first on Dharitri Odia News.