ପଡ଼ୋଶୀଙ୍କ ଠେଙ୍ଗାମାଡ଼ରେ ମହିଳା ଗୁରୁତର ଘଟଣା: ଜେଲ୍ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ତରା ସାହୁ ନାମ୍ନୀ ମହିଳାଙ୍କ ମୁଣ୍ଡକୁ ତାଙ୍କ ପଡ଼ୋଶୀ ଭଗବାନ ଡାକୁଆ ମଙ୍ଗଳବାର ଠେଙ୍ଗାରେ ମାଡ଼ ମାରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ଭଗବାନଙ୍କୁ ବୁଧବାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେସ୍ ନଂ.୪୭୮/୨୪ ଅନୁଯାୟୀ, ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ସକାଳେ ତରାଙ୍କ ଝିଅ ମୁନିତା […] The post ପଡ଼ୋଶୀଙ୍କ ଠେଙ୍ଗାମାଡ଼ରେ ମହିଳା ଗୁରୁତର ଘଟଣା: ଜେଲ୍ ଗଲେ ଅଭିଯୁକ୍ତ appeared first on Dharitri Odia News.
ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ତରା ସାହୁ ନାମ୍ନୀ ମହିଳାଙ୍କ ମୁଣ୍ଡକୁ ତାଙ୍କ ପଡ଼ୋଶୀ ଭଗବାନ ଡାକୁଆ ମଙ୍ଗଳବାର ଠେଙ୍ଗାରେ ମାଡ଼ ମାରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ଭଗବାନଙ୍କୁ ବୁଧବାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
କେସ୍ ନଂ.୪୭୮/୨୪ ଅନୁଯାୟୀ, ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ସକାଳେ ତରାଙ୍କ ଝିଅ ମୁନିତା ଘର ସମ୍ମୁଖରେ ଥିବା ପାଣି ଷ୍ଟାଣ୍ଡପୋଷ୍ଟରେ ଲୁଗା ସଫା କରିବାରୁ କୁନି ପ୍ରତିବାଦ କରିଥିଲେ। ଏଥିରେ ଉଭୟ ପରିବାରର ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା। ଅପରାହ୍ନରେ ଭଗବାନ ଘରକୁ ଫେରିବା ପରେ ତାଙ୍କ ମା’ କୁନି ଡାକୁଆ ପୁଅଙ୍କୁ ସମସ୍ତ ଘଟଣା କହିଥିଲେ। ଏଥିରେ ଉତ୍ତେଜିତ ହୋଇ ଭଗବାନ ଏକ ଠେଙ୍ଗା ଧରି ପଡ଼ୋଶୀ ଅଭିମନ୍ୟୁ ସାହୁଙ୍କ ଘର କବାଟକୁ ଲାତ ମାରି ଗାଳିଗୁଲଜ କରିଥଲେ। ତରା ପ୍ରତିବାଦ କରିବାରୁ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ମାଡ଼ ମାରିଥିଲେ। ତରା ରକ୍ତାକ୍ତ ଅବସ୍ଥାରେ ଦିଗପହଣ୍ଡି ଥାନାରେ ପହଞ୍ଚିଥିଲେ। ପୋଲିସ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ତରା ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ନାଁରେ ମୋକଦ୍ଦମା ରୁଜୁ କରିଥିଲେ। ଉଭୟ ପଡ଼ୋଶୀ ହୋଇଥିଲେ ମଧ୍ୟ ୨ ପରିବାର ମଧ୍ୟରେ କଥାବାର୍ତ୍ତା ନ ଥିଲା। ଘଟଣାଦିନ ପାଇପ୍ ପାଣିରେ ଲୁଗାସଫାକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।
The post ପଡ଼ୋଶୀଙ୍କ ଠେଙ୍ଗାମାଡ଼ରେ ମହିଳା ଗୁରୁତର ଘଟଣା: ଜେଲ୍ ଗଲେ ଅଭିଯୁକ୍ତ appeared first on Dharitri Odia News.