ପାରାସିଟାମୋଲ ଅତ୍ୟଧିକ ବ୍ୟବହାର କରୁଛନ୍ତି କି? ହୋଇପାରେ ଘାତକ, ଅନୁସନ୍ଧାନରୁ ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ,୨୧।୨: ପେନ୍ କ୍ଲିଅର୍ ଏବଂ ପାରାସିଟାମୋଲର ଅତ୍ୟଧିକ ବ୍ୟବହାର ଲିଭର୍ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ‘ଏଡିନବର୍ଗ ୟୁନିଭରସିଟି’ର ଅନୁସନ୍ଧାନରୁ ଏହା ଜଣାପଡିଛି। ନିକଟରେ ମୂଷା ଉପରେ ଏକ ଅନୁସନ୍ଧାନ କରାଯାଇଛି। ଏଥିରେ ଜଣାପଡିଛି ଯେ ଅତ୍ୟଧିକ ଔଷଧ ବ୍ୟବହାର କରିବା ଶରୀର ପାଇଁ ଅତ୍ୟନ୍ତ ମାରାତ୍ମକ ହୋଇପାରେ, ଯାହା ଭବିଷ୍ୟତରେ ଚିକିତ୍ସା କରିବା କଷ୍ଟକର। ପେନ୍ କ୍ଲିଅର୍ ଏବଂ ପାରାସିଟାମୋଲ ଔଷଧ ଶରୀର ଉପରେ ବହୁତ ବିପଜ୍ଜନକ ପ୍ରଭାବ ପକାଇଥାଏ। ଏଡିନବର୍ଗ ୟୁନିଭରସିଟର ଅନୁସନ୍ଧାନକାରୀମାନେ କହିଛନ୍ତି […] The post ପାରାସିଟାମୋଲ ଅତ୍ୟଧିକ ବ୍ୟବହାର କରୁଛନ୍ତି କି? ହୋଇପାରେ ଘାତକ, ଅନୁସନ୍ଧାନରୁ ଆଶ୍ଚର୍ଯ୍ୟଜନକ ଖୁଲାସା appeared first on Dharitri Odia News.
ନୂଆଦିଲ୍ଲୀ,୨୧।୨: ପେନ୍ କ୍ଲିଅର୍ ଏବଂ ପାରାସିଟାମୋଲର ଅତ୍ୟଧିକ ବ୍ୟବହାର ଲିଭର୍ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ‘ଏଡିନବର୍ଗ ୟୁନିଭରସିଟି’ର ଅନୁସନ୍ଧାନରୁ ଏହା ଜଣାପଡିଛି। ନିକଟରେ ମୂଷା ଉପରେ ଏକ ଅନୁସନ୍ଧାନ କରାଯାଇଛି। ଏଥିରେ ଜଣାପଡିଛି ଯେ ଅତ୍ୟଧିକ ଔଷଧ ବ୍ୟବହାର କରିବା ଶରୀର ପାଇଁ ଅତ୍ୟନ୍ତ ମାରାତ୍ମକ ହୋଇପାରେ, ଯାହା ଭବିଷ୍ୟତରେ ଚିକିତ୍ସା କରିବା କଷ୍ଟକର।
ପେନ୍ କ୍ଲିଅର୍ ଏବଂ ପାରାସିଟାମୋଲ ଔଷଧ ଶରୀର ଉପରେ ବହୁତ ବିପଜ୍ଜନକ ପ୍ରଭାବ ପକାଇଥାଏ। ଏଡିନବର୍ଗ ୟୁନିଭରସିଟର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପାରାସିଟାମୋଲ ଉଭୟ ମଣିଷ ଏବଂ ମୂଷାଙ୍କ ଯକୃତ, ଟିସୁ ଏବଂ କୋଷକୁ ବହୁତ ପ୍ରଭାବିତ କରିଥାଏ। ଏହି ଔଷଧର ଅତ୍ୟଧିକ ବ୍ୟବହାର ଅଙ୍ଗ ବିଫଳତାକୁ ଆଡକୁ ମଧ୍ୟ ନେଇପାରେ।
The post ପାରାସିଟାମୋଲ ଅତ୍ୟଧିକ ବ୍ୟବହାର କରୁଛନ୍ତି କି? ହୋଇପାରେ ଘାତକ, ଅନୁସନ୍ଧାନରୁ ଆଶ୍ଚର୍ଯ୍ୟଜନକ ଖୁଲାସା appeared first on Dharitri Odia News.