ଆଉ ୪ କିମି ପରେ ଘରେ ପହଞ୍ଚି ଥାଆନ୍ତେ

ରାଜପୁର ଗାଁର ଦୀପକ ବିଷୋୟୀ ଆରଆଇ ପରୀକ୍ଷା ଦେବା ପାଇଁ ସ୍କୁଟିରେ ବ୍ରହ୍ମପୁର ଯାଇଥିଲେ। ପାରୀକ୍ଷା ଦେଇ ସନ୍ଧ୍ୟା ବେଳେ ଘରକୁ ଫେରୁଥିଲେ। ଆଉ ୪ କିମି ପରେ ଘରେ ପହଞ୍ଚିଥାଆନ୍ତେ।

ଆଉ ୪ କିମି ପରେ ଘରେ ପହଞ୍ଚି ଥାଆନ୍ତେ

ଆର୍‌ଆଇ ପରୀକ୍ଷା ଦେଇ ଘରକୁ ଫେରୁଥିଲେ। ଆଉ କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ। ହେଲେ ଅଧା ରାସ୍ତାରେ ପିଟିଦେଲା ମହିନ୍ଦ୍ରା ଥର ଗାଡ଼ି। ଆଉ ଘଟଣା ସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

ରାଜପୁର ଗାଁର ଦୀପକ ବିଷୋୟୀ ଆରଆଇ ପରୀକ୍ଷା ଦେବା ପାଇଁ ସ୍କୁଟିରେ ବ୍ରହ୍ମପୁର ଯାଇଥିଲେ। ପାରୀକ୍ଷା ଦେଇ ସନ୍ଧ୍ୟା ବେଳେ ଘରକୁ ଫେରୁଥିଲେ। ଆଉ ୪ କିମି ପରେ ଘରେ ପହଞ୍ଚିଥାଆନ୍ତେ। ହେଲେ ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଅନଙ୍ଗପୁର ଛକରେ ଏକ ମହିନ୍ଦ୍ରା ଥର ଗାଡ଼ି ଦୀପକଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ