୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୩୮ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ଏଥର ଠାଏ ଠାଏ ଖରା । ତାତିରୁ ମିଳିବନି ତ୍ରାହି । ମାର୍ଚ୍ଚ ମାସରେ ହେବ ପ୍ରବଳ ଖରା । ଏ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଚଳିତବର୍ଷ ତାତି ଭାଙ୍ଗିବ ସବୁ ରେକର୍ଡ। ଖରା ମାସ ସାରା ଉଚା ରହିବ ପାରଦ। ସାରା ଦେଶରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା। ମାର୍ଚ୍ଚରୁ ମେ ମାସରେ ସ୍ବାଭାବିକ ଦିନ ଠାରୁ ୭ରୁ ୮ଦିନ ହିଟ ୱେଭ ଅବଧି ଅଧିକ […]

୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୩୮ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ଏଥର ଠାଏ ଠାଏ ଖରା । ତାତିରୁ ମିଳିବନି ତ୍ରାହି । ମାର୍ଚ୍ଚ ମାସରେ ହେବ ପ୍ରବଳ ଖରା । ଏ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଚଳିତବର୍ଷ ତାତି ଭାଙ୍ଗିବ ସବୁ ରେକର୍ଡ। ଖରା ମାସ ସାରା ଉଚା ରହିବ ପାରଦ। ସାରା ଦେଶରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା।

ମାର୍ଚ୍ଚରୁ ମେ ମାସରେ ସ୍ବାଭାବିକ ଦିନ ଠାରୁ ୭ରୁ ୮ଦିନ ହିଟ ୱେଭ ଅବଧି ଅଧିକ ରହିବ। ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ । କେବଳ ଦିନ ନୁହେଁ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି । ସେପଟେ ଆଜି ଝାରସୁଗୁଡ଼ାରେ ୩୮ ଡିଗ୍ରୀ ଟପିଛି ପାରଦ । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୩୮.୪ ଡିଗ୍ରୀ ହୋଇଛି । ସମ୍ବଲପୁର-୩୬.୮, ରାଉରକେଲା-୩୬.୪ ଡିଗ୍ରୀ, କେନ୍ଦୁଝର-୩୪.୪ ଡିଗ୍ରୀ ଓ ଭୁବନେଶ୍ବରରେ ୩୪ ଡିଗ୍ରୀ ରେକର୍ଡ କରାଯାଇଛି ।