ତ୍ୱଚ୍ଚା ପାଇଁ ଉପକାରୀ ଚା’
ଆଜିକାଲି ବଜାରରେ ତ୍ୱଚ୍ଚାପାଇଁ ଅନେକ ସାମଗ୍ରୀ ମିଳୁଛି । ହେଲେ ଆମେ ଘରେ ପିଉଥିବା ଚା ମଧ୍ୟ ତ୍ୱଚ୍ଚା ପାଇଁ ବେଶ ଉପକାରୀ । ଚ୍ୱଚ୍ଚାରେ ଦେଖାଦେଉଥିବା ଅନେକ ସମସ୍ୟାକୁ ଦୂରେଇବାରେ ଚା ସହାୟକ ହୋଇଥାଏ । ଗ୍ରୀନ ଟି ଶରୀର ପାଇଁ ଯେତିକି ଉପକାରୀ ତ୍ୱଚ୍ଚା ପାଇଁ ମଧ୍ୟ ସେତିକି ଲାଭପ୍ରଦ । ଏଥିରେ ଭରିରହିଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚ୍ଚାରେ ବୟସର ଛାପ ପଡିବାକୁ ଦେଇନଥାଏ । ଏହାକୁ ବାଟି ମୁହଁରେ ଲଗାଇବା ଫଳରେ ମୁହଁରେ ଥିବା […]

ଆଜିକାଲି ବଜାରରେ ତ୍ୱଚ୍ଚାପାଇଁ ଅନେକ ସାମଗ୍ରୀ ମିଳୁଛି । ହେଲେ ଆମେ ଘରେ ପିଉଥିବା ଚା ମଧ୍ୟ ତ୍ୱଚ୍ଚା ପାଇଁ ବେଶ ଉପକାରୀ । ଚ୍ୱଚ୍ଚାରେ ଦେଖାଦେଉଥିବା ଅନେକ ସମସ୍ୟାକୁ ଦୂରେଇବାରେ ଚା ସହାୟକ ହୋଇଥାଏ । ଗ୍ରୀନ ଟି ଶରୀର ପାଇଁ ଯେତିକି ଉପକାରୀ ତ୍ୱଚ୍ଚା ପାଇଁ ମଧ୍ୟ ସେତିକି ଲାଭପ୍ରଦ । ଏଥିରେ ଭରିରହିଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚ୍ଚାରେ ବୟସର ଛାପ ପଡିବାକୁ ଦେଇନଥାଏ । ଏହାକୁ ବାଟି ମୁହଁରେ ଲଗାଇବା ଫଳରେ ମୁହଁରେ ଥିବା କଳାଦାଗ ଦୂର ହେବା ସହ ମୁହଁରେ ଚମକ ଆସିଥାଏ । ସେହିଭଳି କେମୋମାଇଲ ଟି ଚ୍ୱଚ୍ଚାରେ ନୂଆ କୋଷ ତିଆରି କରିବାର କାମ କରିଥାଏ । ଆଖିତଳର କଳାଦାଗ ଦୂର କରିବାରେ ଏହା ସହାୟକ ହୋଇଥାଏ । ଏହି ଚାରୁ ଆଇସ୍ କୁ୍ୟବ୍ ପ୍ରସ୍ତୁତ କରି ଆଖିରେ ରଖନ୍ତୁ ଏହା ଫଳପ୍ରଦ ହୋଇଥାଏ ।